ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଘଛାଲ ଲିଙ୍କ୍‌ରେ ଜଣେ ଅଭିଯୁକ୍ତଙ୍କୁ କ୍ଵାରେଣ୍ଟିନ୍‌ ସେଣ୍ଟରରୁ ଉଠାଇନେଇଛି ବନବିଭାଗ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାଉଁଶଗଡ଼ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ।

ବାଘଛାଲ ଲିଙ୍କ୍‌ରେ ଜଣେ ଅଭିଯୁକ୍ତଙ୍କୁ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଉଠାଇନେଲା ବନବିଭାଗ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାଉଁଶଗଡ଼ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ। ବର୍ତ୍ତମାନ ବନବିଭାଗ କୋଭିଡ ନିୟମ ଉଲ୍ଲଘଂନ କରି କ୍ଵାରେଣ୍ଟାଇନ ସେଣ୍ଟରରୁ ଅଭିଯୁକ୍ତଙ୍କୁ ଉଠାଇନେଇଥିବା ଚର୍ଚ୍ଚା ହେଉଛି।

ଅଭିଯୁକ୍ତ ଜଣକ ହେଲେ ଭାସ୍କର ନାୟକ। ତାଙ୍କ ଘର ବନ୍ଧମୁଣ୍ଡା ପଞ୍ଚାୟତ ଜାମୁଗଣ୍ଡ ଗାଁରେ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣକ ଜୁନ ୬ ତାରିଖରେ କେରଳରୁ ଫେରି କ୍ଵାରେଣ୍ଟାଇନ ସେଣ୍ଟରରେ ଥିଲେ। ତେବେ ତାଙ୍କର ବାଘଛାଲ ଲିଙ୍କ ଥିବା ନେଇ ବନ ବିଭାଗ ତାଙ୍କୁ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଉଠାଇ ନେଇଛନ୍ତି।

ତେବେ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଅଭିଯୁକ୍ତଙ୍କୁ ଉଠାଇ ନେବା ଯୋଗୁଁ ବନବିଭାଗ କୋଭିଡ୍‌ ନିୟମ ଉଲ୍ଲଘଂନ କରିଥିବା ଚର୍ଚ୍ଚା ହେଉଛି। କ୍ଵାରେଣ୍ଟିନ ସେଣ୍ଟରରେ ଥିବା ଲୋକମାନଙ୍କ ସହ କୌଣସି ବ୍ୟକ୍ତି ମିଶି ପାରିବେ ନାହିଁ ବୋଲି ସରକାରଙ୍କ ଗାଇଡଲାଇନ ରହିଛି, ଯାହାକୁ ବନବିଭାଗ ଉଲ୍ଲଘଂନ କରିଥିବା କଥା କୁହାଯାଉଛି।

ପୂର୍ବରୁ ମଧ୍ୟ ବାଘଛାଲ ଲିଙ୍କ୍‌ରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ। ଏହାସହ ଗତ କିଛି ଦିନ ମଧ୍ୟରେ ନୟାଗଡ଼ରୁ ୪ଟି ବାଘଛାଲ ଓ ୨ଟି ହରିଣ ଛାଲ ଜବତ କରାଯାଇଛି।

Comment