ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ୩ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୩୧ ତାରିଖ। ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ପଦବୀ ସଂଖ୍ୟା

  • ବାୟୋମେଡିକାଲ୍ ଟେକ୍ନିସିଆନ୍ – ୧
  • ଡାଏଟିସିଆନ୍/ନ୍ୟୁଟ୍ରିସନିଷ୍ଟ୍ – ୧
  • ଜୁନିଅର୍ ଲାଇବ୍ରେରୀଆନ୍ – ୧

ଶିକ୍ଷାଗତ ଯୋଗ୍ୟତା

  • ବାୟୋମେଡିକାଲ୍ ଟେକ୍ନିସିଆନ୍ – ସ୍ୱୀକୃତପ୍ରାପ୍ତ ଅନୁଷ୍ଠାନରୁ ବାୟୋମେଡିକାଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କିମ୍ବା ଏହାଠାରୁ ଅଧିକ ଯୋଗ୍ୟତା ହାସଲ କରିଥିବେ।
  • ଡାଏଟିସିଆନ୍/ନ୍ୟୁଟ୍ରିସନିଷ୍ଟ୍ – ଡାଏଟିକ୍ସ୍ କିମ୍ବା ନ୍ୟୁଟ୍ରିସନରେ କୌଣସି ସରକାରୀ ସ୍ୱୀକୃତପ୍ରାପ୍ତ ଅନୁଷ୍ଠାନରୁ ବି.ଏସ.ସି କରିଥିବେ। ଏହା ସହିତ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ଜୁନିୟର୍ ଲାଇବ୍ରେରୀଆନ୍ – ଲାଇବ୍ରେରୀ ସାଇନ୍ସରେ ଡିଗ୍ରୀ କରିଥିବେ। ଲାଇବ୍ରେରୀ ସଂପର୍କିତ କମ୍ପ୍ୟୁଟର ଜ୍ଞାନ ଥିବା ଦରକାର।

ବୟସ

୨୧ ରୁ ୩୨ ବର୍ଷ (ସଂରକ୍ଷିତ ବର୍ଗଙ୍କ ପାଇଁ ବୟସସୀମା କୋହଳ କରାଯିବ)

ଚୟନ ପ୍ରକ୍ରିୟା

କ୍ୟାରିଅର ମାର୍କକୁ ତର୍ଜମା କରି ଯୋଗ୍ୟତାଭିତ୍ତିରେ ଚୟନ କରାଯିବ।

ଦରମା

  • ବାୟୋମେଡିକାଲ୍ ଟେକ୍ନିସିଆନ୍ – ୧୩,୮୮୦ ଟଙ୍କା
  • ଡାଏଟିସିଆନ୍/ନ୍ୟୁଟ୍ରିସନିଷ୍ଟ୍ – ୧୬,୮୮୦ ଟଙ୍କା
  • ଜୁନିୟର୍ ଲାଇବ୍ରେରୀଆନ୍ – ୯,୦୦୦ ଟଙ୍କା

ଆବେଦନ

ଆଗ୍ରହୀ ପ୍ରାର୍ଥୀମାନେ ରେଜିଷ୍ଟ୍ରଡ୍ ପୋଷ୍ଟ କିମ୍ବା ସ୍ପିଡ୍ ପୋଷ୍ଟ ଜରିଆରେ ନିଜର ଆବେଦନ ପତ୍ର ନିମ୍ନଲିଖିତ ଠିକଣାରେ ପଠାଇପାରିବେ। ଜାନୁଆରି ୩୧ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ଆବେଦନ ପତ୍ର ଠିକଣାରେ ପହଞ୍ଚିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଠିକଣା: ନିର୍ଦ୍ଦେଶକ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନ, କଟକ-୭୫୩୦୦୭

ପଦବୀ ସଂପର୍କିତ ସବିଶେଷ ତଥ୍ୟ www.ahrcc.in ରେ ଲଗଇନ୍ କରି ଜାଣିପାରିବେ।

Comment