ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସହରରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କିଛିଦିନ ହେବ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଅଧିକ ଚିହ୍ନଟ ହେଉଛନ୍ତି। ଯଦି ଏହି ଭଳି ସ୍ଥାନୀୟ ସଂକ୍ରମଣ ବଢ଼ିବ ତେବେ ଏଥିରେ ଗୋଷ୍ଠୀ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହୁଛି।

ଗତ ୧୦ ହେବ କଟକରେ ଅଧିକ ଲୋକାଲ କେସ୍‌ ଚିହ୍ନଟ ହେଉଛନ୍ତି। ୧୦ ଦିନ ମଧ୍ୟରେ ୧୦ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେହିପରି ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ଅନ୍ୟପକ୍ଷରେ କଟକ ଆଶ୍ଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କରୋନା ରୋଗୀ ଚିହ୍ନଟ ହେବା ପରେ ସେଠାରୁ ୪ ରୋଗୀଙ୍କ ସହ ମୋଟ୍‌ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସେଠାରେ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଜଣେ କ୍ୟାନ୍ସର ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ଏହାପରେ ସିଡିଏ ସେକ୍ଟର ୯ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଚିନ୍ତା ବଢ଼ାଇଥିଲେ। ସେଠାରୁ ପ୍ରଥମେ ଜଣେ ୪୬ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଥିଲେ। ସେ ଗୋଟି ଥାନାର ଆଇଆଇସି ଭାବେ କାର୍ଯ୍ୟରତ ଥିଲେ। ସେହିପରି ଆଜି ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଏହାପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଏହାସହ କଟକ ମହାନଗର ନିଗମ ଦ୍ଵାରା ସେହି ଅଞ୍ଚଳକୁ ସାନିଟାଇଜ କରାଯାଇଛି। ଉଭୟ ସ୍ଵାମୀ ସ୍ତ୍ରୀ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।

ବର୍ତ୍ତମାନ କଟକ ସହରରେ ୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧୫ ଜଣ ସକ୍ରିୟ ରହିଛନ୍ତି।

Comment