ଓଡ଼ିଶାଲାଇଭ୍‌ ବ୍ୟୁରୋ

ତପ୍ତପାଣି ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାର ୮ ଘଣ୍ଟା ପରେ ବି ବସ୍‌ ଭିତରେ ଛଟପଟ ହେଉଛନ୍ତି ଯାତ୍ରୀ। ଦୁର୍ଗମ ଅଞ୍ଚଳ ଓ ୩୦ ଫୁଟ୍‌ ତଳେ ବସ୍‌ ପଡ଼ିଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବସ୍‌ରୁ ସମସ୍ତ ଲୋକଙ୍କୁ ଉଦ୍ଧାର ହୋଇପାରି ନାହିଁ। ଫଳରେ ବସ୍‌ ଭିତରେ ଚାପି ହୋଇ ରହିଥିବା ଲୋକେ ଏବେବି ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି।

ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ୪ ଟି ଦମକଳ ଗାଡ଼ି, ସ୍ପେଶାଲ ଟିମ୍‌, ୪୦ରୁ ଅଧିକ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଲୋକଙ୍କୁ ଉଦ୍ଧାର କରିବା ପାଇଁ କ୍ରେନର ସାହାଯ୍ୟ ନିଆଯାଉଛି।

ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସରେ ଚାପି ରହିଥିବା ଆହତଙ୍କୁ ଉଦ୍ଧାର ପାଇଁ ବସକୁ ୩ ଖଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ଏହି ମର୍ମନ୍ତୁଦ ଦୁର୍ଘଟଣା ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ଘଟିଥିଲା। ରାତି ସମୟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟ ହୋଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା କରାଯାଉଛି।

LEAVE A REPLY

Please enter your comment!
Please enter your name here