ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାକୁ କୋରୋନା ଭାଇରସ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। କନ୍ଧମାଳ ଫୁଲବାଣୀରେ ଜଣେ ଡାକ୍ତରୀ ଛାତ୍ର ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।

ଚୀନରେ ଏମ୍‌ବିବିଏସ୍‌ ପଢ଼ୁଥିବା ଏହି ଛାତ୍ର ଗତ ୧୧ ତାରିଖରେ ଓଡ଼ିଶା ଫେରିଥିଲେ। ଚୀନରୁ ଆସିବା ପରଠୁ ସେ ଅସୁସ୍ଥ ଅଛନ୍ତି। ତାଙ୍କୁ ଥଣ୍ଡା, କାଶ ଲାଗି ରହିଛି।

ଫଳରେ ନିଜେ ସନ୍ଦେହ କରି ସେ ସିଡିଏମଓଙ୍କୁ ଚିଠି ଲେଖିଥିଲେ। ଚିଠି ପାଇବା ପରେ ଅସୁସ୍ଥ ଛାତ୍ରଙ୍କୁ କଟକ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି।

Comment