ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡ ଆଗରେ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଦାରିତ ଓଭରରେ ୧୬୩ ରନ୍‌ କରିଛି। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୧୬୪ ରନ୍‌ କରିବାକୁ ହେବ।

ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ଭାରତ ପକ୍ଷରୁ ଲୋକେଶ ରାହୁଲ ଓ ସଞ୍ଜୁ ସାମସନ୍‌ ପ୍ରଥମେ ବ୍ୟାଟିଂ କରିଥିଲେ। ହେଲେ ସଞ୍ଜୁ ସାମସନ୍‌ ବେଶୀ ସମୟ ପଡ଼ିଆରେ ତିଷ୍ଠି ପାରିନଥିଲେ। ମାତ୍ର ୨ ରନ୍‌ରେ ସଞ୍ଜୁ ସାମସନ ଆଉଟ ହୋଇଯାଇଥିଲେ।

ପରେ ଲୋକେଶ ରାହୁଲ ଓ ରୋହିତ ଶର୍ମା ପାଳି ସମ୍ଭାଳିଥିଲେ। ଦଳ ପକ୍ଷରୁ ଲୋକେଶ ରାହୁଲ ୪୫ ରନ୍‌ ଓ ରୋହିତ ଶର୍ମା ୬୦ ରନ୍‌ କରିଥିଲେ। ସେହିପରି ଶ୍ରେୟାସ ଆୟର ୩୩ ରନ୍‌ କରିଥିଲେ।

Comment