ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଲେଣ୍ଟାଇନ୍ସ ଡେ’ କୁ ଆଉ ମାତ୍ର ଅଳ୍ପ ଦିନ ରହିଛି। ତା ପୂର୍ବରୁ ପାଳିତ ହେଉଛି ଭଲେଣ୍ଟାଇନ୍ସ ସପ୍ତାହ। ଆଜି ଭାଲେଣ୍ଟାଇନ୍ସ ସପ୍ତାହର ଚତୁର୍ଥ ଦିନରେ ପ୍ରେମୀ ପାଳନ କରୁଛନ୍ତି ଟେଡ୍ଡି ଡେ’।

ପ୍ରେମ କେବେ ଆଖିରେ ହୁଏତ କେବେ ଇସାରାରେ ହୋଇଥାଏ। ତେବେ ନିଜ ପ୍ରେମକୁ ଶବ୍ଦରେ କହିପାରୁନଥିବା ଅନେକ ପ୍ରେମିକ/ ପ୍ରେମିକା ଆଜିର ଦିନକୁ ସୁଯୋଗ ଭାବେ ଉପଯୋଗ କରିଥାନ୍ତି। ନୂଆ ନୂଆ ପ୍ରେମ କରୁଥିବା ପ୍ରେମୀଯୁଗଳଙ୍କ ପାଇଁ ଏହା ଏକ ଖାସ୍‌ ଦିନ।

ଏହି ଟେଡ୍ଡି ଡେ’ରେ ପରସ୍ପରକୁ ଟେଡ୍ଡି ଉପହାର କରି ନିଜ ଭଲ ପାଇବାକୁ ଜାହିର କରିଥାନ୍ତି ପ୍ରେମୀଯୁଗଳମାନେ। ସାଧାରଣତଃ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ଟେଡ୍ଡି ଅଧିକ ପସନ୍ଦ। ତେଣୁ ଏହି ଦିନରେ ପ୍ରେମିକ ଟେଡ୍ଡି ଉପହାର ଦେଇ ପ୍ରେମିକାକୁ ଖୁସି କରିବାକୁ ଚେଷ୍ଟା କରିଥାନ୍ତି।

ଏହି ଦିନରେ ଆହୁରି ଅନେକ କିଛି ବି ଆପଣ ଉପହାର ଦେଇପାରିବେ

  • ଟେଡ୍ଡି ଆକୃତିର ଚକୋଲେଟ ଆପଣ ଆପଣଙ୍କ ସାଥୀଙ୍କୁ ଦେଇପାରିବେ

  • ଆପଣ ଟେଡ୍ଡି ପ୍ରିଣ୍ଟ ଥିବା ପୋଷାକ ଗିଫ୍ଟ କରିପାରିବେ

  • ଟେଡ୍ଡିର ଜୋତା ବି ଉପହାର ଦେଇ ପାରିବେ

Comment