ବ୍ରହ୍ମପୁରରେ ବସ୍‌ରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ଦାୟୀ। ଦୁର୍ଘଟଣା ସ୍ଥଳ ଅନୁଧ୍ୟାନ କରିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

‘‘ଗ୍ରାମ୍ୟ ଉନ୍ନୟନ ବିଭାଗର ସେମିତି କିଛି ଦୋଷ ନାହିଁ। ଶକ୍ତି ବିଭାଗର ଦୋଷ ଦୁର୍ବଳତା ରହିଛି। ଖୁଣ୍ଟ ଝୁଲିକି ଥିବାରୁ ଏପରି ଦୁଃଖଦ ଘଟଣା ଘଟିଛି’’, କହିଛନ୍ତି ପରିବହନ ମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି,‘‘ପରିବହନ ବିଭାଗର ତଦନ୍ତ ରିପୋର୍ଟ ଆସିସାରିଛି। ଏହି ଘଟଣାରେ ଯେଉଁମାନଙ୍କର ଦୋଷ ରହିଛି ସେମାନଙ୍କୁ ଦଣ୍ଡବିଧାନ ହୋଇସାରିଛି। ଘଟଣାର ପୂରା ଅନୁଧ୍ୟାନ ପରେ ଦୋଷ ତ୍ରୁଟି ଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

ଗତ ରବିବାର ମେନ୍ଦ୍ରାଜପୁଜରକୁ ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗିଯାଇଥିଲା। ଏଥରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ୪ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଥିବା ବସ୍‌ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।

Comment