ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ଇଏସଆଇସିର ହିତାଧିକାରୀ ଗର୍ଭବତୀ ମହିଳାଙ୍କ ପାଇଁ ବଡ଼ ଘୋଷଣା ହୋଇଛି। ଫଳରେ ଏଣିକି ଇଏସଆଇସିର ପରିସରଭୁକ୍ତ ବାହାରେ ଥିବା ମେଡିକାଲରେ ଗର୍ଭବତୀ ମହିଳା ନିଜର ପ୍ରସୂତି କରାଇଲେ ସେମାନଙ୍କୁ ୭, ୫୦୦ ଟଙ୍କା ମିଳିବ।

ପୂର୍ବରୁ ପ୍ରସୂତି ଖର୍ଚ୍ଚ ବାବଦରେ ମହିଳାଙ୍କୁ ୫ ହଜାର  ଟଙ୍କା ମିଳୁଥିଲା। ଏହି ଖର୍ଚ୍ଚ ସତେବେଳେ ମିଳିଥାଏ ଯେତେବେଳେ ଇଏସଆଇସି ହସ୍ପିଟାଲରେ ମାତୃତ୍ୱ ସେବା ଉପଲବ୍ଧ ନଥିବାରୁ ଅନ୍ୟ ହସ୍ପିଟାଲରେ ନିଜର ଚିକିତ୍ସା କରାଇଥାନ୍ତି ମହିଳା।

ଶନିବାର କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହେବା ପରେ ସହ ନିଷ୍ପତି ନିଆଯାଇଛି।

Comment