ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍ମମ୍‌)। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ତୈଳ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ମମ୍‌ ଉଦ୍‌ଘାଟିତ ହେବ।

ଦଶ ଏକର ଜାଗାରେ ନିର୍ମିତ ୯ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯିବ। ଏଠାରେ ୧୪ଟି ମଡ୍ୟୁଲାର୍‌ ଓଟି ସହ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନକୌଶଳ ପର୍ଯ୍ୟବସିତ ପେଟ୍ ସିଟି ସ୍କାନ୍, ଥ୍ରୀ ଟେଲ୍‌ସା ଏମ୍ଆର୍‌ଆଇ ଏବଂ ଏଚ୍‌ଡିଆର ବ୍ରାଭୋସ୍ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍‌ସର ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରାଯାଇଛି। ଏମର୍ଜେନ୍ସି କେୟାର, ହାର୍ଟ କେୟାର, ଆଡ୍‌ଭାନ୍‌ସ୍‌ ସର୍ଜିକାଲ୍ ପ୍ରୋସିଡିୟୋର୍, ଡାଏଗ୍ନୋଷ୍ଟିକ୍ ଇମେଜିଂ ଓ ମ୍ୟାଟରନିଟି କେୟାର୍‌ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଇଛି। ଏହାସହ ୩୦ଟି ସ୍ପେଶାଲିଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଯୋଜନା କରାଯାଇଛି।

ପ୍ରତ୍ୟେକ ବିଭାଗରେ ଅନୁଭୂତି ସମ୍ପନ୍ନ ମେଡିକାଲ୍ କେୟାର ବିଶେଷଜ୍ଞଙ୍କୁ ସମ୍ମମ୍‌ରେ ସାମିଲ୍ କରାଯାଇଥିବା ବେଳେ ନୂତନ ଜ୍ଞାନ କୌଶଳ ସମ୍ପନ୍ନ ସମ୍ମମ୍‌ରେ ଏମର୍ଜେନ୍ସି କେୟାର , ହାର୍ଟ କେୟାର, ଆଡ୍‌ଭାନ୍ସଡ ସର୍ଜିକାଲ୍ ପ୍ରୋସିଡିୟୋର୍‌, ଡାଏଗ୍ନୋଷ୍ଟିକ୍ ଇମେଜିଂ, ମ୍ୟାଟରନିଟି କେୟାର୍ ଓ ରିହାବିଲିଟେସନ୍ ସର୍ଭିସେସ୍ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ପ୍ରାୟ ୩୦ଟି ସ୍ପେଶାଲଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି ।

“ସମ୍ମମ୍ ଏଭଳି ଏକ ପ୍ଲାଟଫର୍ମ ହେବ ଯେଉଁଠାରେ କି ଆମେ ସମାଜର ସମସ୍ତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରିବୁ” , କହିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡାକ୍ତର ଶ୍ୱେତପଦ୍ମା ଦାସ।

Comment