ଓଡ଼ିଶାଲାଇଭ୍ ବ୍ୟୁରୋ

“ୟେସ୍ ବ୍ୟାଙ୍କର ସମସ୍ତ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ଲୋକମାନେ ସେମାନଙ୍କର ଟଙ୍କା ବୁଡ଼ିଯିବା ବୋଲି ଭାବି ବିଲକୁଲ୍ ବି ବ୍ୟସ୍ତ ହୁଅନ୍ତୁ ନାହିଁ। ୟେସ୍ ବ୍ୟାଙ୍କର ଏହି ପରିସ୍ଥିତି ଖୁବଶୀଘ୍ର ସୁଧୁରିଯିବ”, କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଘରୋଇ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ଏବେ ଲୋକମାନେ ଏହାକୁ ନେଇ ବିଚଳତି ଅଛନ୍ତି। ବିଶେଷକରି ୟେସ୍ ବ୍ୟାଙ୍କ ଖାତାଧାରୀମାନେ ସେମାନଙ୍କର ଟଙ୍କା ସୁରକ୍ଷିତ ଅଛି କି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।

ଏହାର ଉତ୍ତର ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସହିତ ସେ ଏନେଇ କଥାବାର୍ତ୍ତା ହୋଇଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ଏହି ପରିସ୍ଥିତି ଖୁବଶୀଘ୍ର ସୁଧୁରିଯିବ ବୋଲି କହିଛନ୍ତି। ବିରୋଧୀମାନେ ଅଯଥାରେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି ବୋଲି ସୀତାରମଣ କହିଛନ୍ତି।

ଘରୋଇ ୟେସ୍ ବ୍ୟାଙ୍କ ଏବେ ଘାଟାରେ ପଡ଼ିଯାଇଛି। ବ୍ୟାଙ୍କର ସ୍ଥିତିକୁ ରିଜର୍ଭ ବ୍ୟାଙ୍କ ଏହାର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେଇଛି। ଏଣିକି ୟେସ୍ ବ୍ୟାଙ୍କ ଖାତାଧାରୀମାନେ ମାସକୁ ମାତ୍ର ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି କୁହାଯାଇଛି। କେବଳ ଚିକିତ୍ସା, ବିବାହ ଓ ଅନ୍ୟ ଜରୁରୀ କାମ ପାଇଁ ଲୋକମାନେ ଅଧିକ ଟଙ୍କା ଉଠାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ୟେସ୍ ବ୍ୟାଙ୍କ ଋଣ ଆକାରରେ ଦେଇଥିବା କୋଟି କୋଟି ଟଙ୍କା ଏବେ ବୁଡ଼ି ଯାଇଛି। ଫଳରେ ରେଟିଂ ଏଜେନ୍ସି ମଧଅୟ ଏହାର ରେଟିଂ ହ୍ରାସ କରିଛନ୍ତି। ଯେଉଁ କାରଣରୁ ବ୍ୟାଙ୍କକୁ ଦେବାଳିଆ ବୋଲି ଘୋଷଣା କରାଯାଇଛି।

Comment