ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶବାସୀଙ୍କ ଭୟ ବଢ଼ାଇଛି କୋରୋନା ଭାଇରସ। କିନ୍ତୁ ଏଥିରେ ଭୟଭୀତ ନହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। କୋରୋନାକୁ ନେଇ ଆସୁଥିବା ଗୁଜବକୁ ନବିଶ୍ୱାସ କରିବା ପାଇଁ ମୋଦୀ କହିଛନ୍ତି।

କାହା ସହ ହାତ ନମିଳାଇ ବରଂ ନମସ୍କାର କରନ୍ତୁ। କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ମୋଦୀ। ପିଏମ୍‌ ଜନ ଔଷଧି ପରିଯୋଜନା ଦିବସ ଅବସରରେ ଲୋକଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ମୋଦୀ।

‘‘ଜନ ଔଷଧି କ୍ଷେତ୍ରରେ ଖୁବଶୀଘ୍ର ଆରମ୍ଭ ହେବ ନୂଆ ପୁରସ୍କାର। ଗରିବ ଓ ମଧ୍ୟମ ବର୍ଗର ରୋଗୀ ଜନ ଔଷଧିର ଲାଭ ନେଇପାରିବେ। ଏହି ଯୋଜନାରେ ଲକ୍ଷାଧିକ ଭାରତୀୟଙ୍କ ଯୋଗଦାନ ପ୍ରଶଂସନୀୟ’’, କହିଛନ୍ତି ମୋଦୀ।

Comment