ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ସାତ ମହିଳାଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ମହିଳାମାନେ ନିଜ ନିଜର ଜୀବନର ସଂଘର୍ଷ କାହାଣୀକୁ ମୋଦୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଲେଖି ସାରା ଦେଶବାସୀଙ୍କୁ ଜଣାଇବେ।

ଅନ୍ତର୍ଜାତୀୟ ମହିଳା ଦିବସରେ ମୋଦୀ ଦେଶର ସମସ୍ତ ମହିଳାମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଏହାସହ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଏହି ସାତ ମହିଳାଙ୍କୁ ନିଜର ଆକାଉଣ୍ଟ ଉତ୍ସର୍ଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ମାର୍ଚ୍ଚ ୮ ତାରିଖରୁ ଘୋଷଣା କରିସାରିଥିଲେ। ସେ ଏହିଦିନ ସୋସିଆଲ ମିଡିଆରୁ ବିରତି ନେବା ନେଇ ଟୁଇଟ କରିଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟକୁ ମହିଳାମାନଙ୍କ ପାଇଁ ଉତ୍ସର୍ଗ କରିବେ ବୋଲି ଟୁଇଟ କରି ଲେଖିଥିଲେ।

Comment