ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ କନିକା କପୁର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମାର୍ଚ୍ଚ ୧୫ରେ ଲଣ୍ଡନରୁ ଲକ୍ଷ୍ନୌକୁ ଫେରିଥିଲେ। ଫେରିଲା ବେଳେ ସେ ବିମାନବନ୍ଦର ଯାଞ୍ଚରୁ ରକ୍ଷା ପାଇବା ପାଇଁ କିଛି କର୍ମଚାରୀଙ୍କ ସାହାଯ୍ୟରେ ସେଠାରୁ ଲୁଚି ପଳାଇ ଆସିଥିଲେ। ପରେ ତାଙ୍କୁ ସନ୍ଦେହ କରାଯାଇ ତାଙ୍କ ନମୁନା ଟେଷ୍ଟ କରାଯାଇଥିଲା।

ଉତ୍ତରପ୍ରଦେଶରେ ଲକ୍ଷ୍ନୌସ୍ଥିତ ଶାଲିମାର ଗେଲେଟ୍‌ ଆପାର୍ଟମେଣ୍ଟରେ ରହୁଛନ୍ତି କନିକା। ସେ ୧୫ ତାରିଖରେ ଘରେ ପହଞ୍ଚିବା ପରେ ରବିବାର ଦିନ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଅନେକ ଲୋକ ଯୋଗ ଦେଇଥିଲେ। ଏହାସହ କନିକା ତାଜ୍‌ ହୋଟେଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଘଟଣା ପ୍ରସାରିତ ହେବା ପରେ କନିକା ରହୁଥିବା ଆପାର୍ଟମେଣ୍ଟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାସହ କନିକାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟଟାଇନରେ ରଖାଯାଇ ଚିକିତ୍ସା କରାଯିବା ସହ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାର ପ୍ରୟାସ ଜାରି ରହିଛି।

Comment