ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ରବିବାର ପାଳନ ହେବ ଜନତା କର୍ଫ୍ୟୁ। ଏଥିପାଇଁ ରବିବାର ଗଡ଼ିବନି କୌଣସି ପାସେଞ୍ଜର ଟ୍ରେନ୍‌। ଶନିବାର ମଧ୍ୟ ରାତିରୁ କୌଣସି ପାସେଞ୍ଜର ଟ୍ରେନ୍‌ ଗଡ଼ିବନି। ଏହି କଟକଣା ରବିବାର ରାତି ୧୦ଟା ଯାଏଁ ଲାଗୁ ହେବ।

ପାଖାପାଖି ୩୭୦୦ ଟ୍ରେନ୍‌ ଗଡ଼ିବ ନାହିଁ। ହେଲେ ମାଲବାହୀ ଟ୍ରେନ୍‌ଗୁଡ଼ିକ ଗଡ଼ିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର ଦିନ ସକାଳ ୭ଟାରୁ ରାତି ୯ଟା ଯାଏଁ ଘରୁ ନ ବାହାରିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ଆଜି ସୁଦ୍ଧା ଭାରତରେ ୨୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି।

କରୋନା ଭାଇରସ୍‌ରୁ ବଞ୍ଚିବାକୁ ସାମାଜିକ ଦୂରତା ନିହାତି ଆବଶ୍ୟକ। ତେଣୁ ଏହି ଗୋଟିଏ ଦିନ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ଏହି ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଇଛନ୍ତି।

Comment