ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona-virus-test

ନବରଙ୍ଗପୁର ଓ ଉମରକୋଟ ପୌରାଞ୍ଚଳରେ ଜାରି ହେଲା କରୋନା କଟକଣା। ମାର୍ଚ୍ଚ ୨୯ତାରିଖ ଯାଏଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଫ୍ୟାକ୍ଟ୍ରି ଓ ଗୋଦାମକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ଏହାସହ ଟ୍ୟାକ୍ସି, ଅଟୋ ରିକ୍ସା ଓ ସାର୍ବଜନୀକ ପରିବହନ ଉପରେ କଟକଣା ଜାରି କରାଯାଇଛି। ତେବେ ହସ୍ପିଟାଲ୍ ବା ଜରୁରୀକାଳୀନ ପରିବହନ ସେବା ଜାରି ରହିବ।

ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଜୁରୁରୀ କାର୍ଯ୍ୟ ଥିଲେ ହିଁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି। କଟକଣା ସମୟରେ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୨୨ରୁ ୨୯ତାରିଖ ଯାଏଁ ୫ଟି ଜିଲ୍ଲା ଓ ୮ଟି ସହରରେ ୮ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ରବିବାର କରୋନାଠାରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଦେଶରେ ୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comment