ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ରବିବାର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଭାରତରେ ୧,୮୬,୯୦୬ଟି ନମୁନା ପରୀକ୍ଷଣ ହୋଇଛି। ସେମାନଙ୍କ ମଧ୍ୟରୁ ମୋଟ ୮୩୫୬ ଜଣ କରୋନା ପଜିଟିଭ୍ ରହିଛନ୍ତି।

ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ଆହୁରି ୯୦୯ ଜଣ ଆକ୍ରାନ୍ତ ହେବା ସହିତ ୩୪ ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ୭୧୬ ଜଣ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭାରତରେ ଏବେ ବି ୭୯୫୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି ବୋଲି ସୂଚନା ଦିଆଯାଇଛି।corona awareness

ଭାରତରେ ୨୧୯ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି। ଗତ ପାଞ୍ଚଦିନ ଧରି ପ୍ରତ୍ୟେକ ଦିନ ୧୫ ନମୁନା ପରୀକ୍ଷଣ ହେଉଛି। ଏଯାବତ ମୋଟ ୧,୮୬,୯୦୬ଟି ନମୁନା ପରୀକ୍ଷଣ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏଥିସହିତ ସାରା ଦେଶରେ ମାଲ ପରିବହନ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି ବୋଲି କୁହାଯାଇଛି।

Comment