ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨, ରାଜ୍ୟରେ ୫୫।

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ସଂପୃକ୍ତ ଆକ୍ରାନ୍ତ ବମିଖାଲ ଅଞ୍ଚଳର। ସେ ପୂର୍ବରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏବେ ରାଜ୍ୟରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଛୁଇଁଲା।

ଏହି ଆକ୍ରାନ୍ତଙ୍କ ବୟସ ୩୫ ବର୍ଷ। ସେ ବମିଖାଲ ଜୟଦୁର୍ଗା ନଗରର ବେବିଲନ୍‌ ଆପାର୍ଟମେଣ୍ଟରେ ରହୁଛନ୍ତି। ଗତ ମାର୍ଚ୍ଚ ୨୨ରୁ ୧୨ ତାରିଖ ଯାଏଁ ସେ ଏହି ଆପାର୍ଟମେଣ୍ଟରେ ରହିଥିଲେ। ବମିଖାଲକୁ କେଣ୍ଟନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯିବା ପରେ ପ୍ରଶାସନ ଘର ଘର ବୁଲି ନମୁନା ସଂଗ୍ରହ କରିଥିଲା। ଏପ୍ରିଲ ୧୩ରେ ତାଙ୍କ ନମୁନା ପଜିଟିଭ୍‌ ଆସିଛି।

coronaଆକ୍ରାନ୍ତଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଛୁଇଁଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଛୁଇଁଲାଣି। ସେଥିମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Comment