ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ  ଏପ୍ରିଲ ୧୪ରେ ସମ୍ବିଧାନ ପ୍ରଣେତା ତଥା ଭାରତ ରତ୍ନ ଡକ୍ଟର ଭୀମରାଓ  ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

‘‘ଆମ୍ବେଦକର ଜଣେ ମହାପୁରୁଷ। ସେ  ଆମ ପାଇଁ ପ୍ରେରଣା। ଭାରତର ସ୍ୱାଧୀନତା ପାଇଁ ସେ ନୂଆ ନୂଆ ନୀତି ଆପଣେଇଥିଲେ। ଦେଶବାସୀଙ୍କୁ ନୂଆ ଦିଗ ଦେଖାଇଥିଲେ।’’, ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ମୋଦୀ ତାଙ୍କ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରି ଏ କଥା କହିଛନ୍ତି।

୧୮୯୧, ଆଜିର ଦିନରେ ଆମ୍ବେଦକର ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ରାମଜୀ ମାଲୋଜୀ ସାକପାଲ ଏବଂ ମାତା ଭୀମବାଇ ମୁରବାଦକର। ଆମ୍ବେଦକର ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ।  ବହୁ କଠିନ ପରିସ୍ଥିତିରେ ସଂଘର୍ଷ କରି ନିଜେ ଉଚ୍ଚଶିକ୍ଷା ଲାଭ କରିବା ସହ ସମାଜକୁ ମଧ୍ୟ ଶିକ୍ଷା ଦେଇଥିଲେ।

Comment