ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ କରୋନା ଆକ୍ରାନ୍ତ ବଢୁଥିବାରୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ରାଜଧାନୀକୁ ୩ଟି ଜୋନ୍‌ରେ ବିଭକ୍ତ କରି ୬ ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ଵ ଦିଆଯାଇଛି। ଏହି ଅଧିକାରୀମାନେ ଭୁବନେଶ୍ଵରରେ ସଂକ୍ରମଣ ରୋକିବାରେ କାର୍ଯ୍ୟ କରିବେ।

ଭୁବନେଶ୍ଵର ଉତ୍ତର ଜୋନ୍‌ ଦାୟିତ୍ଵରେ ଏସ୍‌ସି/ଏସଟି ଉନ୍ନୟନ ସଚିବ ରଞ୍ଜନା ଚୋପ୍ରା ଓ ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣ ପୂର୍ବ ଜୋନ୍‌ ଦାୟିତ୍ଵରେ ଅବକାରୀ ସଚିବ ସୁଶୀଲ ଲୋହାନୀ ଓ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ଵତ ମିଶ୍ର ରହିଛନ୍ତି। ସେହିପରି ଦକ୍ଷିଣ ପଶ୍ଚିମ ଜୋନ୍‌ରେ ଭାସ୍କର ଜ୍ୟୋତି ଶର୍ମା ଓ ଅର୍ଥ ସଚିବ ଅଶୋକ ମିନାଙ୍କୁ ଦାୟିତ୍ଵ ଦିଆଯାଇଛି।

corona

ଏହି ବରିଷ୍ଠ ଅଧିକାରୀମାନେ କଣ୍ଟେନମେଣ୍ଟ ଦାୟିତ୍ଵ ସହ ଭୁବନେଶ୍ଵରରେ ଯେପରି ଏହି ରୋଗ ନବ୍ୟାପିବ ସେଥିପ୍ରତି ଦୃଷ୍ଟି ଦେବେ। ସଂପୃକ୍ତ ଅଞ୍ଚଳର କଣ୍ଟ୍ରାକ୍ଟ ଟ୍ରେସିଂ ଓ ଘରକୁ ଘର ସର୍ଭେର ତନଖି କରିବେ। କଣ୍ଟେନ୍‌ମେଣ୍ଟ ଅଞ୍ଚଳକୁ ଜରୁରୀ ସାମଗ୍ରୀ ଯୋଗାଣ କଥା ମଧ୍ୟ ବୁଝିବେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬ ଜଣ କୋବଳ ଭୁବନେଶ୍ଵରର ଅଛନ୍ତି। ତେଣୁ ଭୁବନେଶ୍ଵର ବର୍ତ୍ତମାନ ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Comment