ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ଲକ୍‌ଡାଉନ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି ମୟୂରଭଞ୍ଜ ପୋଲିସ। ବିଭିନ୍ନ ସ୍ଥାନରେ ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କଠାରୁ ୮୭ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରିଛି।

ଗୁରୁବାର ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ପରେ ୫ ଜଣଙ୍କୁ ଜାମିନରେ ଛାଡି ଦିଆଯାଇଛି। ଏ ବାବଦରେ  ଆଜି ମାତ୍ର ୬ଗୋଟି ମାମଲା ରୁଜୁ କରାଯାଇଛି। ଅନ୍ୟ ପକ୍ଷରେ ବିଭିନ୍ନ ସ୍ଥାନରେ ଚଢାଉ କରି  ବହୁ ପରିମାଣର ଦେଶୀ ଓ ବିଦେଶୀ ମଦ ମଧ୍ୟ ଜବତ କରିଛି ମୟୂରଭଞ୍ଜ ପୋଲିସ୍।

Comment