ଓଡ଼ିଶାଲାଇଭ୍‌ ବ୍ୟୁରୋ

କରଦାତା ନୂଆ ଆର୍ଥିକ ବର୍ଷ ଆରମ୍ଭରେ ପୁରୁଣା ଟ୍ୟାକ୍ସ ସ୍ଲାବ୍ ଚୟନ କରି ନିଜ ନିଯୁକ୍ତିଦାତାଙ୍କ ସୂଚିତ କରିଥିବେ କିନ୍ତୁ ପରେ ଯଦି ସେ ଅନୁଭବ କରନ୍ତି ଯେ, ନୂଆ ସିଷ୍ଟମ ତାଙ୍କ ପାଇଁ ଭଲ ତେବେ ସେ ଆଇଟିଆର ଫାଇଲ କରିବା ବେଳେ ନିଜ ଇଛା ମୁତାବକ ସିଷ୍ଟମ ବାଛି ପାରିବେ।

ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇ ସାରିଛି। ଆପଣ ନୂଆ କି ପୁରୁଣା କେଉଁ ସିଷ୍ଟମରେ କର ଦେବାକୁ ଚାହାନ୍ତି ସେ ବାବଦରେ ନିଜ କମ୍ପାନିକୁ ନିଶ୍ଚିତ ଭାବେ ଜଣାଇ ସାରିବେଣି। କିନ୍ତୁ ଆପଣଙ୍କୁ ଯଦି ଲାଗୁଛି ଯେ, ଚୟନ କରିବାରେ ଆପଣ ଭୁଲ କରିଛନ୍ତି ତେବେ ବ୍ୟସ୍ତ ହେବାର କିଛି ନାହିଁ। ଆଇଟିଆର ଫାଇଲ କରିବା ବେଳେ ଆପଣ ଦ୍ୱିତୀୟ ବିକଳ୍ପକୁ ବାଛି ପାରିବେ। କିନ୍ତୁ ଆପଣ ଆଇଟିଆର ଫାଇଲ କରିବା ପୂର୍ବରୁ ନୂଆରୁ ପୁରୁଣା କିମ୍ବା ପୁରୁଣାରୁ ନୂଆକୁ ସ୍ୱିଚ୍ କରି ପାରିବେ ନାହିଁ।

ଯଦି କରଦାତ୍ତା ନୂଆ ଆର୍ଥିକ ବର୍ଷ ଆରମ୍ଭରେ ପୁରୁଣା ଟ୍ୟାକ୍ସ ସିଷ୍ଟମ ଚୟନ କରି ଏହା ବାବଦରେ ନିଜ କମ୍ପାନିକୁ ସୂଚିତ କରିଛନ୍ତି କିନ୍ତୁ ପରେ ସେ ଅନୁଭବ କରନ୍ତି ଯେ, ନୂଆ ସିଷ୍ଟମ ତାଙ୍କ ପାଇଁ ଅଧିକ ଲାଭଦାୟକ ତେବେ ଆଇଟିଆର ଫାଇଲ ବେଳେ ସେ ନୂଆ ସିଷ୍ଟମକୁ ବାଛି ପାରିବେ।

ସେହିଭଳି ଜଣେ ଯଦି ନୂଆ ସିଷ୍ଟମ ବଦଳରେ ପୁରୁଣାକୁ ବାଛିବାକୁ ଚାହିଁବେ, ତାହା ମଧ୍ୟ କରିପାରିବେ। ଏପ୍ରିଲ ମାସରୁ କରଦାତା ଚାହିଁଲ କମ କର ସ୍ଲାବ ବିଶିଷ୍ଟ ନୂଆ ସିଷ୍ଟମକୁ ବାଛି ପାରିବେ। କିନ୍ତୁ ଏମିତି କଲେ ସେମାନଙ୍କୁ ବିଭିନ୍ନ ଛାଡ଼ ସୁବିଧାରୁ ହାତ ଧୋଇବାକୁ ପଡ଼ିବ। ସେହିପରି କରଦାତା ଚାହିଁଲେ ପୂର୍ବଭଳି ଛାଡ଼ର ସୁବିଧା ଦେଉଥିବା ପୁରୁଣା ସିଷ୍ଟମ ବାଛି ପାରିବେ।

ଆର୍ଥିକ ବର୍ଷ ଆରମ୍ଭରେ ବାଛିଥିବା ସିଷ୍ଟମ ବାଧ୍ୟତାମୁଳକ ନୁହେଁ

ଆର୍ଥିକ ବର୍ଷ ଆରମ୍ଭରେ ଟିଡିଏସ କାଟିବା ପାଇଁ ନିଜ ନିଯୁକ୍ତିଦାତ୍ତାଙ୍କୁ ଆପଣ ନିଶ୍ଚିତ ଭାବେ କେଉଁ ସିଷ୍ଟମ ବାଛିଛନ୍ତି ଜଣାଇଥିବେ। କିନ୍ତୁ ଏବେ ଯଦି ଆପଣ ଭାବୁଛନ୍ତି ଯେ, ଏହାଦ୍ୱାରା ଆପଣଙ୍କୁ ଅଧିକ କର ଦେବାକୁ ପଡିବ ତେବେ ଆଇଟିଆର ଫାଇଲ କରିବା ବେଳେ ଆପଣ ସେଥିରେ ପରିବର୍ତ୍ତନ କରିପାରିବେ। ଜଣେ ଚାକିରିଆ ଆର୍ଥିକ ବର୍ଷ ଆରମ୍ଭରେ ଯେଉଁ ସିଷ୍ଟମ ବାଛିଛନ୍ତି ସେଥିରେ ସେ ବାନ୍ଧି ହୋଇରହିବେ ବୋଲି ମାନେ ନାହିଁ।

ଅଧିକ କର ଦେଇଥିଲେ ପରେ କ୍ଲେମ୍ କରିପାରିବେ

ଦୁଇ ଟ୍ୟାକ୍ସ ସିଷ୍ଟମ ମଧ୍ୟରେ ଚୟନ ନିଯୁକ୍ତିଦାତାଙ୍କ ପଟୁ କର ଦେୟ ପାଇଁ ହୋଇଥାଏ। ଚାକିରି କରିଥିବା ବ୍ୟକ୍ତି ରିଟର୍ଣ୍ଣ ଫାଇଲ ସମୟରେ ବିକଳ୍ପକୁ ବଦଳାଇ ପାରିବେ। ଯଦି ଆପଣ ବିକଳ୍ପ ବଦଳାନ୍ତି କିନ୍ତୁ ତା’ପରେ ମଧ୍ୟ ଅତିରିକ୍ତ କର ଦେବାକୁ ପଡିଥାଏ, ତେବେ ଜଣେ ରିଫଣ୍ଡ୍ କ୍ଲେମ୍ କରି ସେହି ଟଙ୍କା ଫେରି ପାଇବେ।

Comment