ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ କାରଣରୁ ବଜାର ଅବସ୍ଥା ଠିକ୍ ନାହିଁ। ଏମିତିରେ ଇଟିଏଫ୍ ଏମିତି ଗୋଟିଏ ନିବେଶ ମାଧ୍ୟମ ଯେଉଁଥିରେ ଆପଣ ଲମ୍ବା ଅବଧିରେ ଭଲ ଲାଭ ପାଇ ପାରିବେ।

କରୋନା ଭାଇରସର ପ୍ରଭାବ ଅର୍ଥନୀତି ଉପରେ ପଡ଼ିଛି। ପୂରା ଦୁନିଆ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଏହି ଭାଇରସ ଉଭୟ ଜୀବନ ଏବଂ ଜୀବିକାକୁ ବିପଦରେ ପକାଇଦେଇଛି। ଏମିତିରେ ନିବେଶକ ବର୍ତ୍ତମାନ ନିବେଶ କରିବେ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି। କରୋନା ପ୍ରଭାବରେ ହୋଇଥିବା ମାନ୍ଦାବସ୍ଥାକୁ ୧୯୨୮ର ଗ୍ରେଟ୍ ଡିପ୍ରେସନ୍ ସହ ତୁଳନା କରାଯାଉଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ନିବେଶକଙ୍କୁ ନିବେଶର ଏମିତି ମାଧ୍ୟମ ବାଛିବାକୁ ପଡ଼ିବ, ଯାହା ସେମାନଙ୍କ ଲକ୍ଷ୍ୟ ପୂରା କରିବା ସହ ସେମାନଙ୍କ ରିସ୍କ ନେବା କ୍ଷମତା ଅନୁସାରେ ଅର୍ଥ ଆବଶ୍ୟକତାକୁ ମଧ୍ୟ ପୂରା କରୁଥିବ।

ETF କ’ଣ?

ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍) ହେଉଛି ଏଭଳି ଫଣ୍ଡ୍ ଯାହାକୁ ସେୟାର ଭଳି କିଣା ବିକା କରାଯାଇଥାଏ। ଏଥିରେ ମ୍ୟୁଚୁଆଲ ଫଣ୍ଡ୍ ଭଳି ଆକ୍ଟିଭ୍ ପୋର୍ଟଫୋଲିଓ ମ୍ୟାନେଜମେଣ୍ଟ୍ କରିବାକୁ ପଡ଼ିନଥାଏ। ତେଣୁ ଏହାକୁ ଇନଆକ୍ଟିଭ୍ ଇକ୍ୱିଟି ନିବେଶ ବୋଲି କୁହାଯାଇଥାଏ। ମ୍ୟୁଚୁଆଲ ଫଣ୍ଡ୍ ଭଳି ଏଥିରେ ନିବେଶ ଥିମ୍ ଅନୁସାରେ ଅନେକ ସେୟାର ରହିଥାଏ। କିନ୍ତୁ ଏହାକୁ ସେୟାର ବଜାରରେ କିଣାବିକା କରାଯାଇପାରେ। ଯେତେବେଳେ କି ମ୍ୟୁଚୁଆଲ ଫଣ୍ଡକୁ ସେୟାର ମାର୍କେଟରେ କିଣା ଯାଇପାରିବନି କି ବିକ୍ରି କରାଯାଇପାରିବନି। ଇଟିଏଫକୁ ରିୟଲ ଟାଇମ ବେସିସରେ କିଣା ବିକା ଯାଇପାରେ। କମ ଫଣ୍ଡ୍ ମ୍ୟାନେଜମେଣ୍ଟ୍ ଚାର୍ଜ କାରଣରୁ କିଛି ମ୍ୟୁଚୁଆଲ ଫଣ୍ଡ୍ ତୁଳନାରେ ଲମ୍ବା ଅବଧିରେ ଇଟିଏଫ୍ ଅଧିକ ଲାଭ ଦେଇଥାଏ।

କରୋନା କାଳରେ ETFରେ ନିବେଶ କେତେ ଭଲ?

ସବୁ ପ୍ରକାରର ଆସେଟ୍ କ୍ଲାସରେ ନିବେଶର ଅଲଗା ରିସ୍କ ଥାଏ। ଅଧିକ ରିସ୍କ ପାଇଁ ପ୍ରସ୍ତୁତ ଥିବା ନିବେଶକ ଯେଉଁମାନେ ରିଟାୟରମେଣ୍ଟ୍ ଭଳି ଲମ୍ବା ଅବଧିର ଲକ୍ଷ୍ୟକୁ ଧ୍ୟାନରେ ରଖି ଇକ୍ୱିଟିରେ ନିବେଶ କରିଥାନ୍ତି ସେମାନଙ୍କ ପାଇଁ ଏହା ଭଲ ବିକଳ୍ପ ହୋଇଥାଏ।

ଲମ୍ବା ଅବଧି ଲକ୍ଷ୍ୟ ପାଇଁ ETF ଉତ୍ତମ

କୋଭିଡ୍-୧୯ର ପ୍ରଭାବ ଅସ୍ଥାୟୀ। ବଜାର ଏହି ଫେଜରୁ ଦିନେ ନା ଦିନେ ଉଭେଇ ଯିବ। ଏଭଳି ନିବେଶକ ଯେଉଁମାନେ ସେନସେକ୍ସ ଓ ନିଫ୍ଟି ୫- ଭଳି ଇଣ୍ଡେକ୍ସ ଧରଣର ରିଟର୍ଣ୍ଣ ଚାହାନ୍ତି ସେମାନଙ୍କ ପାଇଁ ଇଟିଏଫ୍ ଭଲ ବିକଳ୍ପ ହୋଇପାରିବ। ସେହିଭଳି ଗୋଲ୍ଡ ଇଟିଏଫରେ ମଧ୍ୟ ସେମାନଙ୍କୁ ଷ୍ଟୋରେଜ୍ ଓ ସୁଦ୍ଧତାର ଚିନ୍ତା ନକରି ସୁନାରେ ନିବେଶର ସୁଯୋଗ ଦେଇଥାଏ।

ଗୋଲ୍ଡ ETF ରୁ ମିଳିବ ଭଲ ରିଟର୍ଣ୍ଣ

ନିମ୍ନଗାମୀ ବଜାରରେ ଗୋଲ୍ଡ ଇଟିଏଫକୁ ନିବେଶକ ସୁରକ୍ଷିତ ନିବେଶ ଭାବେ ଦେଖୁଛନ୍ତି। କେବଳ ଏହି କାରଣରୁ ଏଥିରେ ୬ ବର୍ଷ ଭିତରେ ଏଭଳି ବଡ଼ ଧରଣର ନିବେଶ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଜାନୁଆରି ମାସରୁ ସୁନାରେ ନିବେଶ ବଢ଼ିଥିଲା। ନିବେଶକ ଏହି ସମୟ ଅବଧିରେ ୨୦୨ କୋଟି ଟଙ୍କାର ନିବେଶ କରିଛନ୍ତି। ଯାହା ୭ ବର୍ଷ ଭିତରେ ସର୍ବାଧିକ। ବିଶେଷଜ୍ଞଙ୍କ ଅନୁସାରେ ଯେଉଁ ନିବେଶକମାନେ ଲିକ୍ୱିଡିଟି ଚାହାନ୍ତି ସେମାନଙ୍କ ପାଇଁ ଗୋଲ୍ଡ ଇଟିଏଫ୍ ଏକ ଉତ୍ତମ ବିକଳ୍ପ।

ଇଣ୍ଡେକ୍ସ ETFର କଷ୍ଟ କମ

କରୋନା କାଳରେ ଇଟିଏଫରେ ନିବେଶ ସଠିକ ବୋଲି ବିଶେଷଜ୍ଞ କୁହନ୍ତି। ଏହାର ଅନେକ କାରଣ ରହିଛି। ଯେମିତି ଏହାର କଷ୍ଟ କମ। ବଜାରରେ ଉପଲବ୍ଧ ଥିବା ଅଧିକାଂଶ ଇଣ୍ଡେକ୍ସ ଆଧାରିତ ଇଟିଏଫ୍‌ର ଏକ୍ସପେନ୍ସ ରେସିଓ ୦.୦୧ରୁ ୦.୯୭ ପ୍ରତିଶତ ରେଂଜରେ ଥାଏ।

Comment