ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୩ ଜଣ ହୋଇଥିବା ବେଳେ ୪ ଜଣ ସୁନ୍ଦରଗଡ଼ ଜିଲ୍ଲାର। ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭଦ୍ରକରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁର ବ୍ଲକର ହୋଇଥିବା ବେଳେ ଜଣେ ବନ୍ତ ବ୍ଲକର। ସମସ୍ତ ଆକ୍ରନ୍ତ ପୁରୁଷ ବୋଲି ସୂଚନା ମିଳିଛି। ସେହିପରି ସୁନ୍ଦରଗଡ଼ର ରାଉରକେଲା ନାଲା ରୋଡ୍‌ରୁ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୨ ମହିଳ ଓ ୨ ପୁରୁଷ।

ଏହାସହ ବର୍ତ୍ତମାନ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଥିଲା ବେଳେ ସୁନ୍ଦରଗଡ଼ରେ ୧୦ରେ ପହଞ୍ଚିଛି। ଭଦ୍ରକରୁ ଚିହ୍ନଟ ହୋଇଥିବା ସମସ୍ତ ୩ ଆକ୍ରାନ୍ତ କୋଲକାତା ଲିଙ୍କ ଥିବା ସୂଚନା ମିଳିଛି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ଏହାସହ ୩୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୦ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment