ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ‌ ବ୍ୟୁରୋ

କରୋନା କାରଣରୁ ଲକ୍‌ଡାଉନ୍‌ ସମୟରେ ଅନେକ ପୁରୁଣା ଟିଭି ସୋ’ ପୁନଃ ପ୍ରସାରଣ କରାଯାଉଛି। ସେଥିମଧ୍ୟରୁ ରାମାୟଣ ଓ ମହାଭାରତ ଅଧିକ ଲୋକପ୍ରିୟ ହୋଇଛି।

ମହାଭାରତରେ ଦ୍ରୌପଦୀ ଭୂମିକା ପାଇଁ ପ୍ରଥମେ ଜୁହି ଚାଓ୍ଵଲାଙ୍କୁ ପସନ୍ଦ କରାଯାଇଥିଲା। ହେଲେ ଜୁହି ଏହାକୁ ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ମନା କରିଦେଇଥିଲେ।

ମହାଭାରତରେ ଦ୍ରୌପଦୀ ଭୂମିକାରେ ରୂପା ଗାଙ୍ଗୁଲି ଅଭିନୟ କରିଥିଲେ, ହେଲେ ଏହା ପୂର୍ବରୁ ଜୁହି ଚାଓ୍ଵଲାଙ୍କୁ ଏହି ଅଫର ମିଳିଥିଲା। କୁହାଯାଉଛି ଯେ ଏହି ସମୟରେ ଜୁହି ଚାଓ୍ଵାଲାଙ୍କ ପାଖରେ ସେହି ସମୟରେ ଅମିର ଖାନଙ୍କ ‘କୟାମତ ସେ କୟାମତ ତକ’ ଚଳଚ୍ଚିତ୍ରର ମଧ୍ୟ ସୁଯୋଗ ରହିଥିଲା। ତେଣୁ ସେ ଦୌପ୍ରଦୀ ଭୂମିକା ଛାଡ଼ି ଫିଲ୍ମ କରିବାକୁ ପସନ୍ଦ କରିଥିଲେ।

ଜୁହି ଚାଓ୍ଵଲାଙ୍କ ପ୍ରତ୍ୟାଖାନ ପରେ ଏହି ଅଫର ରୁପା ଗାଙ୍ଗୁଲିଙ୍କୁ ମିଳିଥିଲା। ପରେ ସେ ଏହି ଭୂମିକାରେ ଜବରଦସ୍ତ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଏହାପରେ ସେ ଅଭିନୟ ଦୁନିଆରୁ ବିଦାୟ ନେଇ ରଜନୀତିରେ ପ୍ରବେଶ କରିଥିଲେ।

Comment