ଓଡ଼ିଶାଲାଇଭ୍ ବ୍ୟୁରୋ

 

ସାରା ଦେଶ କରୋନାକୁ ନେଇ ଯୁଦ୍ଧ ଲଢୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଦେଶର ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ସୋମବାର ଦିନ ୩ଟାରେ ମୋଦୀ ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି ସୂଚନା ମିଳିଛି।

ଏହି ବୈଠକରେ ମୋଦୀ ଲକଡାଉନକୁ ନେଇ ଚର୍ଚ୍ଚା କରିବେ ବୋଲି କୁହାଯାଉଛି। ମେ ୧୭ ତାରିଖରେ ଲକଡାଉନ୍ ଖୋଲିବା ପରେ କରୋନା ଭାଇରସକୁ କିଭଳି ମୁକାବିଲା କରାଯିବ ସେନେଇ ଏହି ବୈଠକରେ ଆଲୋଚନା କରାଯିବ।

ଲକଡାଉନ୍ ଜାରି ହେବା ପରେ ଏହା ମୋଦୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଚତୁର୍ଥ ଭିଡିଓ କନଫେରନ୍ସିଂ ହେବ। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ତିନିଥର ରାଜ୍ୟର ବିଭିନ୍ନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିସାରିଛନ୍ତି।

କରୋନା ପାଇଁ ସାରା ଦେଶ ଲକଡାଉନ୍ ରହିଛି। ଆସନ୍ତା ମେ ୧୭ ତାରିଖରେ ଏହି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବ। ଏହାପରେ ରାଜ୍ୟର ବିଭିନ୍ନ ରେଡ୍ ଜୋନ୍ ଅଞ୍ଚଳରେ ଲକଡାଉନ୍ ବଳବତ୍ତର ରହିବ କି ନାହିଁ ଅଥବା ସେହି ଅଞ୍ଚଳରେ କେଉଁ ଭଳି କଟକଣା ରହିବ ସେ ନେଇ ସୋମବାର ଆଲୋଚନା ହେବ ବୋଲି କୁହାଯାଉଛି।

Comment