ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାବାତ୍ୟାର ରୂପ ନେଇ ମାଡ଼ି ଆସୁଥିବା ଅମ୍ପନ ପାରାଦୀପରେ ପ୍ରଭାବ ଦେଖାଇବା ଆରମ୍ଭ କଲାଣି।

ପାରାଦୀପଠାରୁ ଏବେ ୫୭୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ପନ। ଲ୍ୟାଣ୍ଡଫଲ୍‌ ବେଳେ ଉପକୂଳରେ ଉଠିପାରେ ୬ ମିଟର ଉଚ୍ଚର ଜୁଆର। ଘଣ୍ଟାପ୍ରତି ୧୨୦ରୁ ୧୩୫ କିଲୋମିଟର ଯାଏଁ ରହିପାରେ ପବନର ବେଗ। ତେବେ ଏବେଠୁ ପାରଦୀପରେ ଦେଖିବାକୁ ମିଳିଲାଣି ସମ୍ଭାବ୍ୟ ବାତ୍ୟା ଅମ୍ପନର ପ୍ରଭାବ।

ଅମ୍ପନ ପ୍ରଭାବରେ ପାରାଦୀପରେ ପାଣିପାଗରେ ପରିବର୍ତ୍ତନ ଦେଖାଯାଇଛି। ସକାଳଠୁ ପାଗ କୋହଲା ହେବା ସହ ପବନର ବେଗ ଧୀରେ ଧୀରେ ବଢ଼ୁଛି। ଏଥିସହିତ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି।Amphan

ଅନ୍ୟପଟରେ ବାତ୍ୟାର ମୁକାବିଲା ପାଇଁ ପାରାଦୀପରେ ଏନଡିଆରଏଫ୍‌ ଟିମ୍‌ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ପାରାଦୀପରେ ୧୯ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ୧୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଯେହେତୁ ଏବେ କରୋନା ସକ୍ରିୟ ରହିଛି ତେଣୁ ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ, ହ୍ୟାଣ୍ଡ ଓ୍ୱାସ, ସାନିଟାଇଜର ରଖାଯିବା ସହ ଲୋକମାନେ କିଭଳି ସାମାଜିକ ଦୂରତା ରକ୍ଷା କରିବେ ସେନେଇ ପରାମର୍ଶ ଦିଆଯାଇଛି।Amphan

ପାରାଦୀପରେ ଯେଉଁ ବସ୍ତି ଅଞ୍ଚଳ ରହିଛି ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇ ବାତ୍ୟା ଅଶ୍ରୟସ୍ଥଳୀକୁ ଆସିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

୨୦ ତାରିଖରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦୀପ ମଧ୍ୟରେ ଅମ୍ପନ ସ୍ଥଳଭାଗ ଛୁଇଁବ। ଆଜିଠାରୁ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ।

Comment