ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତଦୁଇ ମାସ ମଧ୍ୟରେ ୯୫ ପ୍ରତିଶତ ବ୍ୟବସାୟ ହରାଇଥିବା କାରଣରୁ ଟ୍ୟାକ୍ସି ଆଗ୍ରିଗେଟର ଓଲା ତାର ୧୪୦୦ କର୍ମଚାରୀଙ୍କୁ ଛଟେଇ କରିବ। ଏହା କହିଛନ୍ତି ଓଲାର ସିଇଓ ଭବିଷ୍ ଅଗ୍ରୱାଲ। ଏହି ଷ୍ଟାର୍ଟ ଅପର ରାଜସ୍ୱ ପାଖାପାଖି ୯୫ ପ୍ରତିଶତ ହ୍ରାସ ପାଇଥିବାରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି।

ଆଗକୁ ମଧ୍ୟ ବ୍ୟବସାୟ ବଢିବାର କୌଣସି ସମ୍ଭାବନା ଦେଖା ଯାଉ ନ ଥିବା ବେଳେ କର୍ମଚାରୀଙ୍କୁ ଦରମା ଦେଇ ରଖିବା ସମ୍ଭବ ନୁହେଁ ବୋଲି କମ୍ପାନି କହିଛି।

ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ଓ ଏକ ମାସ ମଧ୍ୟରେ ଶେଷ ହେବ। ଛଟେଇ କର୍ମଚାରୀଙ୍କ ପାଇଁ କମ୍ପାନି ମାସର ଦରମା ଦେବ। ଏହାଛଡ଼ା ପିଏଫ, ଇଏସପି ଆଦି ଯାହା ଯେମିତି ମିଳିବା କଥା ମିଳିବ ବୋଲି ଅଗ୍ରୱାଲ କହିଛନ୍ତି।

Comment