ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ପରିବହନ ବିଭାଗ ଅନ୍‌ଲାଇନ୍‌ ଟ୍ୟାକ୍ସି ବୁକିଂ କମ୍ପାନି ‘ଓଲା’କୁ ବ୍ୟାନ୍‌ କରିଛି। ଆଗାମୀ ୬ ମାସ ପର୍ଯ୍ୟନ୍ତ ବେଙ୍ଗାଳୁରୁରେ ଓଲା’ର କୌଣସି କାର୍‌ କିମ୍ବା ବାଇକ୍‌ ଚଳାଚଳ ହେବନି। ଏଥିସହିତ ଓଲା’କୁ ସଞ୍ଚାଳନ କରୁଥିବା ‘ଏନି ଟେକ୍ନୋଲୋଜି ପାଇଭେଟ୍‌ ଲିମିଟେଡ୍‌’କୁ ନୋଟିସ୍‌ ଜାରି କରିଛି ପରିବହନ ବିଭାଗ।

ତିନି ଦିନ ମଧ୍ୟରେ ଓଲାର ଲାଇସେନ୍ସକୁ ଜମା କରିବା ପାଇଁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି। ଏଥିସହିତ ଶୁକ୍ରବାର ଠାରୁ ଓଲା’ର ସମସ୍ତ ଟ୍ୟାକ୍ସି ବୁକିଂ ସେବାକୁ ବନ୍ଦ କରାଯାଇଛି।

ନିୟମ ଉଲଙ୍ଘନ କରିଥିବାରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଓଲାର ସେବା ବେଙ୍ଗାଳରୁରେ ବନ୍ଦ କରାଯାଇଛି। କର୍ଣ୍ଣାଟକ ଅନ୍‌ ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍‌ ଟେକ୍ନୋଲୋଜି ଏଗ୍ରିଗେଟର୍ସ ରୁଲ୍‌,୨୦୧୬ର ଉଲଙ୍ଘନ କରିଥିବାରୁ ଓଲାର ଲାଇନ୍ସେକୁ କର୍ଣ୍ଣାଟକ ପରିବହନ ବିଭାଗ ୬ ମାସ ପାଇଁ ରଦ୍ଦ କରିଛି।

ଅନ୍ୟପକ୍ଷରେ ଓଲା ସଫେଇ ସେବାକୁ ଯାଇ କହିଛି, “ଓଲା ହେଉଛି କାନୁନ୍‌କୁ ପାଳନ କରୁଥିବା କମ୍ପାନି ଏବଂ ଏହି ମାମଲାର ସମାଧାନ ପାଇଁ ଆମେ ବିଭିନ୍ନ ଦିଗରେ କାମ ଚଳାଉଛୁ।”

LEAVE A REPLY

Please enter your comment!
Please enter your name here