ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗ ପାଇଁ ୧ହଜାର କୋଟିର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାତ୍ୟା ବିତ୍ପାତ ଅଞ୍ଚଳ ବୁଲି ଦେଖିବା ପରେ ଏହି ସହାୟତା ଘୋଷଣା କରିଛନ୍ତି। ଅଗ୍ରୀମ ଆକାରରେ ଏହି ସହାୟତା ରାଶି ଦିଆଯାଇଥିବା ମୋଦୀ କହିଛନ୍ତି।

ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବା ସହ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ପରେ କେନ୍ଦ୍ର ସରକାରଙ୍କ ଏକ ଟିମ୍‌ ପୁଣି ପଶ୍ଚିମବଙ୍ଗ ଗସ୍ତରେ ଆସି କ୍ଷୟକ୍ଷତିର ଆକଳନ କରିବେ।

ଆଜି ବାତ୍ୟା ଅମ୍ପନର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ। ପରେ ହେଲିକ୍ଟପର ଯୋଗେ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନକଡ଼ ଓ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ସମୀକ୍ଷା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଅମ୍ପନ ଯୋଗୁଁ ପଶ୍ଚିମବଙ୍ଗରେ ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଥିବା ମମତା ବାନାର୍ଜୀ କହିଛନ୍ତି। ଏହାସହ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି।

ପଶ୍ଚିମବଙ୍ଗ ପରେ ଏବେ ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ସେଠାରେ ସେ ୨ଟା ୩୦ରେ ବାହାରିବେ। ପରେ ନବୀନ ପଟ୍ଟନାୟକଙ୍କ ସହ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିବେ। ଓଡ଼ିଶା ପାଇଁ ମଧ୍ୟ ସହାୟତା ରାଶି ପ୍ରଦାନ କରିପାରନ୍ତି ପ୍ରଧାନମନ୍ତ୍ରୀ।

Comment