ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପୁଣି ଅଧାବାଟରୁ ଟ୍ରେନ ଚେନ ଟାଣି ଓହ୍ଲାଇ ପଡ଼ିଲେ ଶ୍ରମିକ। ଘଟଣା ଘଟିଛି ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଚିଲିକା ଷ୍ଟେସନରେ। ଆନ୍ଧ୍ରପ୍ରଦେଶର ଗୁଣ୍ଡୁରୁ ଅଞ୍ଚଳରୁ ଓଡ଼ିଆ ଶ୍ରମିକମାନଙ୍କୁ ନେଇ ବାହାରିଥିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌। ବ୍ରହ୍ମପୁର ଦେଇ ଏହି ଟ୍ରେନ୍‌ ଭଦ୍ରକ ଆସୁଥିଲା। ହେଲେ ଚିଲିକା ଷ୍ଟେସନ ନିକଟରେ ଚେନ ଟାଣି ୪୨୦ରୁ ଅଧିକ ଶ୍ରମିକ ଓହ୍ଲାଇ ପଡ଼ିଥିଲେ।

ଏହି ଶ୍ରମିକ ସ୍ପେଶାଲ ଟ୍ରେନରେ ୭୦୦ରୁ ଅଧିକ ଓଡିଆ ଆସୁଥିଲେ। ଏହି ଟ୍ରେନରେ ଖୋର୍ଦ୍ଧା, ଗଂଜାମ, ପୁରୀ, କଳାହାଣ୍ଡି ଆଦି ଜିଲ୍ଲାର ପ୍ରଵାସୀମାନେ ଆସୁଥିଲେ। ହେଲେ କିଛି ଅମାନିଆ ଶ୍ରମିକ ଚିଲିକା ରେଳ ଷ୍ଟେସନରେ ନିୟମ ଭାଙ୍ଗିଥିଲେ। ଟ୍ରେନରୁ ଶ୍ରମିକ ଓହ୍ଲାଇ ପଡ଼ିଥିବା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଥିଲେ।

ଖବର ପାଇ ବାଲୁଗାଁ ପୋଲିସ, ରେଳବାଇ ପୋଲିସ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଏଣେ ତେଣେ ବୁଲୁଥିବା ପ୍ରବାସୀ ଓଡିଆମାନଙ୍କୁ ଅଟକ ରଖି ବୁଝାଶୁଝା କରୁଛନ୍ତି।

Comment