ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାରେ ପୋଲିସ ହେପାଜତରେ ଜର୍ଜ ଫ୍ଲୋଏଡ୍‌ଙ୍କ ମୃତ୍ୟୁ ହେବାପରେ ଆରମ୍ଭ ହୋଇଛି ବିରୋଧ। ଜାଣନ୍ତୁ କିଏ ଏହି ଜର୍ଜ ଫ୍ଲୋଏଡ୍‌।

ଆମେରିକାରେ ଜଣେ ୪୬ ବର୍ଷିୟ ବ୍ୟକ୍ତି ଜର୍ଜ ଫ୍ଲୋଏଡ୍‌ଙ୍କ ମୃତ୍ୟୁ ପରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଦେଖାଯାଇଛି। ଲୋକମାନେ ପୋଲିସ ଓ ପ୍ରଶାସନ ବିରୋଧ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ମେ’ ୨୫ ତାରିଖରେ ଆମେରିକାର ମିନିନାପଲିସରୁ ଏହି ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

ମେ’ ୨୫ରେ ମିନିନାପଲିସ ପୋଲିସ ନକଲି ନୋଟ୍‌ ଚଳାଇବା ଅଭିଯୋଗରେ ଜର୍ଜ ଫ୍ଲୋଏଡ୍‌ଙ୍କୁ ଗିରଫ କରିଥିଲା। ପରେ ଜଣେ ପୋଲିସ କର୍ମଚାରୀ ହାଜତରେ ତାଙ୍କ ବେକ ଉପରେ ପ୍ରାୟ ୮ ମିନିଟ ଗୋଡ଼ରେ ଚାପି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ଆମେରିକାରେ ଶହ ଶହ ଲୋକ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଏହି ଜର୍ଜ ଫ୍ଲୋଏଡ୍‌।

୪୬ ବର୍ଷିୟ ଜର୍ଜ ଫ୍ଲୋଏଡ୍‌ ଉତ୍ତର କାରୋଲିନାରେ ଜନ୍ମଗ୍ରହଣ କରିଥିଲେ। ହେଲେ ସେ ପରେ ନିଜ ପରିବାର ସହ ହ୍ୟୁଷ୍ଟନରେ ରହୁଥିଲେ। ପରେ ସେ କାମ ପାଇଁ ମିନିନାପଲିସ ଚାଲିଯାଇଥିଲେ। ସେଠାରେ ଏକ ହୋଟେଲରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ।

ଜର୍ଜ ପାଞ୍ଚ ବର୍ଷ ଧରି ସେହି ରେଷ୍ଟୁରାଣ୍ଟରେ କାମ କରିଥିଲେ। ସେଠାରେ ସେ ନିଜ ମାଲିକଙ୍କ ଘରେ ରହୁଥିଲେ। ସେଠାରେ ସେ ‘ବିଗ୍‌ ଫ୍ଲଏଡ୍‌’ ଭାବେ ଜଣାଶୁଣା। ତାଙ୍କର ଗୋଟିଏ ୬ ବର୍ଷର ଝିଅ ମଧ୍ୟ ଅଛି।

ମେ ୨୫ ତାରିଖରେ ମିନିନାପଲିସ ପୋଲିସ ଜର୍ଜ ଫ୍ଲଏଡଙ୍କୁ ଗିରଫ କରିଥିଲା। ପୋଲିସ ଏକ ଖୁଚୁରା ଦୋକାନରୁ ସୂଚନା ପାଇଥିଲା ଯେ ଜର୍ଜ ୧ ହଜାର ୫୦୦ ଟଙ୍କାର ନକଲି ନୋଟ ବ୍ୟବହାର କରିଥିଲା। ଏହା ପୂର୍ବରୁ ମଧ୍ୟ ଜର୍ଜ ୨୦୦୭ରେ ଜଣଙ୍କ ଘର ଉପରକୁ ଆକ୍ରମଣ ଯୋଗୁଁ ୫ ବର୍ଷ ପାଇଁ ଦଣ୍ଡିତ ହୋଇଥିଲେ। ହେଲେ ତାଙ୍କୁ ୨୦୦୯ରେ ଜାମିନ ମିଳିଯାଇଥିଲା।

Comment