ଓଡ଼ିଶାଲାଇଭ୍ ବ୍ୟୁରୋ

mark zukerbarg-2

ଆଜିକାଲି ଫେସବୁକର ବ୍ୟବହାର ଆମପାଇଁ ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇସାରିଛି। ଦୁନିଆର କୋଟି କୋଟି ଲୋକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିଛି ଏହି ଆପ୍। କେବଳ କମୁନିକେସନ୍ ନୁହେଁ, ବିଜ୍ଞାପନ ତଥା ବିଜିନେସ୍ କରିବାର ମଧ୍ୟ ଏହା ଏକ ସହଜ ମାଧ୍ୟମ ପାଲଟିଛି। ତେବେ ଫେସବୁକର ପ୍ରତିଷ୍ଠାତା ମର୍କ ଜୁକରବର୍ଗଙ୍କୁ କିଏ ବା ନ ଜାଣେ। ହେଲେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ଏପରି କିଛି ରୋଚକ ତଥ୍ୟ କହିବୁ ଯାହା ଆପଣଙ୍କୁ ଚକିତ କରିପାରେ।

  • ମାର୍କ ଜୁକରବର୍ଗ କଲର ବ୍ଲାଇଣ୍ଡନେସ୍ ରୋଗରେ ପୀଡ଼ିତ। ସେ ଲାଲ୍ ଏବଂ ସବୁଜ ରଙ୍ଗ ଦେଖିପାରନ୍ତି ନାହିଁ। ସେଥିପାଇଁ ଫେସବୁକରେ ନୀଳ ରଙ୍ଗର ବ୍ୟବହାର କରାଯାଇଛି।
  • “ଲାଟିନ୍” ଭଳି ପୁରୁଣା ଭାଷା ଶିଖିବାକୁ ମାର୍କ ଜୁକରବର୍ଗ ବହୁତ ଆଗ୍ରହୀ। ସେ ମାଣ୍ଡାରିନ୍ ଭାଷା (ଚାଇନାର ପ୍ରଖ୍ୟାତ ଭାଷା) କହିପାରନ୍ତି।

Indian Prime Minister Narendra Modi Meets With Facebook Inc. Chief Executive Officer Mark Zuckerberg

  • ନ୍ୟୁଜକର୍ପ, ମାଇସ୍ପେଶ୍, ଭାୟା କମ୍, ୟାହୁ, ଏନ୍.ବି.ସି, ମାଇକ୍ରୋସଫ୍ଟ ଏବଂ ଗୁଗଲ ଭଳି ନାମୀଦାମୀ କମ୍ପାନୀ ଫେସ୍ବୁକ କିଣିବାର ପ୍ରସ୍ତାବ ରଖିଥିଲେ। କିନ୍ତୁ ଜୁକରବର୍ଗ ସେ ସମସ୍ତ ପ୍ରସ୍ତାବକୁ ଏଡ଼ାଇ ଦେଇଥିଲେ।
  • କେବଳ ବାର ବର୍ଷ ବୟସରେ ସେତାଙ୍କ ପିତାଙ୍କ ପାଇଁ ଏକ ଇନଷ୍ଟାଣ୍ଟ୍ ମେସେଜିଂ ଆପ୍ ପ୍ରସ୍ତୁତ କରିଥିଲେ। ଜୁକରବର୍ଗଙ୍କ ପିତା ଜଣେ ଡେଣ୍ଟିଷ୍ଟ୍ ଥିଲେ ଏବଂ ରୋଗୀମାନଙ୍କ ଯିବା ଆସିବା ସମୟ ସହଜରେ ଜାଣିବା ପାଇଁ ସେ ଏହି ଆପଟି ତିଆରି କରିଥିଲେ।
  • ଜୁକରବର୍ଗଙ୍କ କୁକୁରର ନାମ ବିଷ୍ଟ ଅଟେ ଯାହାର ଫେସବୁକରେ ନିଜର ପେଜ୍ ଅଛି। ପ୍ରାୟ ୨.୫ ମିଲିୟନରୁ ଅଧିକ ଲୋକ ଫେସବୁକରେ ବିଷ୍ଟକୁ ଫଲୋ କରନ୍ତି।

beast

  • ମାର୍କ ଜୁକରବର୍ଗଙ୍କ ଫେସବୁକ ପେଜକୁ ଏକ ୧୨ ଜଣିଆ ଟିମ୍ ସମ୍ଭାଳୁଛନ୍ତି। ସେମାନେ ଏହି ପେଜରେ ଲେଖାଲେଖି କରିବା ସହ ଫଟୋଗ୍ରାଫ୍ ମଧ୍ୟ ପୋଷ୍ଟ କରନ୍ତି। ଏହା ବ୍ୟତୀତ ସେଥିରେ ଆସୁଥିବା କମେଣ୍ଟ୍ସ୍ ଗୁଡ଼ିକ ପ୍ରତି ନଦର ରଖିଥାନ୍ତି।
  • ମାର୍କ ଜୁକରବର୍ଗଙ୍କ ଅସଲି ଉଚ୍ଚତା ହେଉଛି ୫ ଫୁଟ୍ ୬ରୁ ୭ ଇଞ୍ଚ ପାଖାପାଖି। କିନ୍ତୁ ଫଟୋ ଉଠାଇବା ଏବଂ ପୋଜି ଦେବା କୌଶଳ ଯୋଗୁଁ ସେ ଫଟୋରେ ଡେଙ୍ଗା ଦେଖାଯାଆନ୍ତି।

mark zukerbarg with pricilla

  •  ଆଉ ଏକ ଆଶ୍ଚର୍ଯ୍ୟ କଥା ହେଉଛି ଆପଣ ଚାହିଁଲେ ମଧ୍ୟ ମାର୍କ ଜୁକରବର୍ଗ ବା ତାଙ୍କ ପତ୍ନୀ ପ୍ରିସିଲାଙ୍କୁ ଫେସବୁକରେ ବ୍ଲକ୍ କରିପାରିବେନି। ଫେସବୁକ ବ୍ୟବହାରକାରୀମାନେ ତାଙ୍କୁ ଅନଫଲୋ କରିପାରିବେ କିନ୍ତୁ ବ୍ଲକ୍ କରିବା ଅପସନ୍ ତାଙ୍କ ପାଖେ ନଥାଏ।

Comment