ଓଡ଼ିଶାଲାଇଭ୍‌ ବ୍ୟୁରୋrajeev bajaj

  • କରୋନା ସଙ୍କଟର ମୁକାବିଲା ପାଇଁ ମୋଦୀ ସରକାରଙ୍କ ଉପାୟକୁ ବଜାଜ ଅଟୋ ଏମଡି ରାଜୀବ ବଜାଜଙ୍କ ସମାଲୋଚନା
  • ରାହୁଲ ଗାନ୍ଧୀଙ୍କ ସହ ଏକ ଆଲୋଚନା ବେଳେ ଭାରତରେ ଲକଡାଉନ ସବୁଠୁ କଠୋର କହିଲେ ରାଜୀବ
  • ‘‘ଲକଡାଉନ ଭାରତର ଅର୍ଥନୀତିକୁ ବୁଡ଼ାଇ ଦେଇଛି” – ରାଜୀବ ବଜାଜ

ରାଜୀବ ବଜାଜ, ଜଣାଶୁଣା ଶିଳ୍ପପତି ତଥା ବଜାଜ ଅଟୋର ଏମଡି। ତାଙ୍କୁ ନେଇ ଏବେ ସବୁଠୁ ଚର୍ଚ୍ଚା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଦେଶର ଅର୍ଥନୀତିକୁ ନେଇ ଆଲୋଚନା ବେଳେ ସେ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।  ତେବେ ଆସନ୍ତୁ ଜାଣିବା ରାଜୀବ ବଜାଜ କିଏ, ବର୍ତ୍ତମାନ ପର୍ଯ୍ୟନ୍ତ କେମିତି ରହିଛି ତାଙ୍କ ଯାତ୍ରା?rajeeb bajaj

କିଏ ରାଜୀବ ବଜାଜ?

୧୯୬୬, ଡିସେମ୍ବର ୨୧ରେ ରାଜୀବ ବଜାଜଙ୍କ ଜନ୍ମ। ସମଗ୍ର ବିଶ୍ୱର ଜଣେ ସଫଳ ଭାରତୀୟ ବ୍ୟବସାୟୀ ଭାବରେ ସେ ପରିଚିତ। ତାଙ୍କର ବ୍ୟକ୍ତିତ୍ୱ ଏବଂ କାମ କରିବାର ଶୈଳୀ ପାଇଁ ସେ ସବୁଠୁ ପ୍ରଶଂସିତ ହୋଇଛନ୍ତି।  ସେ ୨୦୦୫ରୁ ବଜାଜ ଅଟୋର ମ୍ୟାନେଜିଂ ଡିରେକ୍ଟର ଭାବେ ଦାୟିତ୍ୱ ତୁଲାଉଛନ୍ତି।

ଇଣ୍ଡିଆ ଟୁଡେ ପତ୍ରିକା ତାଙ୍କୁ ୨୦୧୭ରେ ଭାରତର ୫୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକାରେ ୪୨ ନମ୍ବର ସ୍ଥାନରେ ରଖିଥିଲା। ଏହା ବ୍ୟତୀତ ଫୋର୍ବସ୍ ମାଗାଜିନ ଦଶ ବର୍ଷ ପୂର୍ବେ କଭର ପେଜରେ ରାଜୀବ ବଜାଜଙ୍କୁ ସ୍ଥାନ ଦେଇଥିଲା।

ରାଜୀବ ବଜାଜଙ୍କ ଶିକ୍ଷାଗତ ଯୋଗ୍ୟତା?

ରାଜୀବ ବଜାଜ ପୁଣେର ଅକୁର୍ଡିସ୍ଥିତ ସେଣ୍ଟ ଉର୍ସୁଲା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ପଢ଼ା ଶେଷ କରିଥିଲେ। ୧୯୮୮ ମସିହାରେ ପୁଣେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୦ ମସିହାରେ ବାର୍ବିକ ବିଶ୍ୱ ବିଦ୍ୟାଳୟରୁ ମ୍ୟାନୁଫ୍ୟାକ୍ଚରିଂ ସିଷ୍ଟମ ଇଞ୍ଜିନୟରିଂରେ ଡିଗ୍ରୀ ହାସଲ କରିଥିଲେ।  ରାଜୀବ ଜଣେ ମେଧାବୀ ଛାତ୍ର ଥିଲେ।  ପାଠ ପଢ଼ା ବ୍ୟତୀତ କଲେଜରେ କ୍ରୀଡ଼ା ଓ ଅନ୍ୟ କାର୍ଯ୍ୟକ୍ରମରେ ବି ସେ ସକ୍ରିୟ ଥିଲେ।

ଏବେ କାହିଁକି ଚର୍ଚ୍ଚାରେ ରାଜୀବ?

ଲକଡାଉନ୍‌ ସମୟରେ ରାହୁଲ ଗାନ୍ଧୀ ଲଗାତର ବିଶେଷଜ୍ଞଙ୍କ ସହ ଦେଶ ଅର୍ଥ ବ୍ୟବସ୍ଥାକୁ ନେଇ ଆଲୋଚନା କରୁଛନ୍ତି। ଏହି କ୍ରମରେ ରାହୁଲ ଗାନ୍ଧୀ ରାଜୀବ ବଜାଜଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ରାଜୀବ ବଜାଜ କହିଥିଲେ ଯେ ଏକଡାଉନ ଦେଶର ଅର୍ଥନୀତିକୁ ବୁଡ଼ାଇ ଦେଇଛି। ଲୋକେ ମଧ୍ୟ ଏହାକୁ ଅନୁଭବ କରିଛନ୍ତି କିନ୍ତୁ ଭୟରେ ମୁହଁ ଖୋଲ ନାହାନ୍ତି। ଭାରତରେ ଲକଡାଉନ ସବୁଠୁ କଠୋର କରାଯାଇଛି ବୋଲି ସେ କହିଛନ୍ତି।

Comment