ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଜୟପୁର): ଗୁପ୍ତେଶ୍ୱର କୋଲାବ ନଦୀ ପାଖ ଜଙ୍ଗଲରୁ ବହୁ ପରିମାଣର  ମାଓ ସାମଗ୍ରୀ ଜବତ ହୋଇଛି । ବୈପାରୀଗୁଡା ବିଏସଫ  ଓ ପୋଲିସ ମିଳିତ ଅପେରସନରେ ଏହି ସଫଳତା ମିଳିଛି।

ମଙ୍ଗଳବାର ରାତିରେ  ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ କୋଲାବ ନଦୀ ପାର୍ଶ୍ୱ କେନ୍ଦୁଗୁଡା ଗ୍ରାମ ନିକଟ ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଥିଲା। ଏନେଇ ବୁଧବାର ବୈପାରୀଗୁଡା ବିଏସଏଫ କ୍ୟାମ୍ପରେ ଆୟାଜିତ ଏକ ପ୍ରେସ ମିଟରେ  ଜୟପୁର ଏସଡ଼ିପିଓ ବରୁଣ ଗୁଣ୍ତୁପାଲି ସୂଚନା ଦେଇଛନ୍ତି।

୧୫୧  ବିଏସଫ କମାଣ୍ଡାଣ୍ଟ ଅଜୟ କୁମାରଙ୍କ ନେତୃତ୍ୱରେ  ଏହି ଅପେରସନ ହୋଇଥିଲା। ଏଥିରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ବୈପାରୀଗୁଡା ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀଙ୍କ  ପୋଲିସ ଦଳ ମଧ୍ୟ  ସାମିଲ ଥିଲା। ଆଗାମୀ ଦିନରେ ଏହିପରି ମିଳିତ ଅପେରସନ ଜାରି ରହିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

Comment