ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍)ରେ ସାମିଲ ହୋଇପାରିବେ ଅବସରପ୍ରାପ୍ତ ଅଗ୍ନିବୀର। ବିଏସ୍‌ଏଫ୍‌ରେ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିସ୍ ଜରିଆରେ ସୂଚନା ଦିଆଯାଇଛି।

ବିଏସ୍‌ଏଫ୍‌ରେ ସାମିଲ ହେଲେ, ଅଗ୍ନିବୀରଙ୍କ କ୍ଷେତ୍ରରେ ବୟସ ସୀମାକୁ ବି କୋହଳ କରାଯିବ ବୋଲି ଏହି ନୋଟିସ୍‌ରେ ଉଲ୍ଲେଖ ରହିଛି। ତେବେ ଅଗ୍ନିବୀରଙ୍କ କେବଳ ପ୍ରଥମ ବ୍ୟାଚ୍ କ୍ଷେତ୍ରରେ ଏହା ଲାଗୁ ହେବ, ନା ଏହାପରେ ବି ଏହା ଲାଗୁ ହୋଇ ରହିବ, ସେନେଇ କୌଣସି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଅଗ୍ନିବୀର ପଦବୀ ଘୋଷଣା ହେବା ସମୟରେ ସରକାର ଘୋଷଣା କରିଥିଲେ ଯେ, ଅଗ୍ନିବୀରରେ ଭର୍ତ୍ତି ହୋଇଥିବା ପ୍ରଥମ ବ୍ୟାଚ୍ ଉତ୍ତୀର୍ଣ୍ଣ ହେବା ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସିଧା ସେନାରେ ଚାକିରି ମିଳିବ। ଏହାପରେ ଅନ୍ୟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାର ବିଭିନ୍ନ ୟୁନିଟ୍, ପୋଲିସ, କେନ୍ଦ୍ରୀୟ ସଶସ୍ତ୍ର ବଳ ଆଦିରେ ନିଯୁକ୍ତି ପାଇଁ ପ୍ରାଥମିକତା ଦିଆଯିବ।ଅନ୍ୟପକ୍ଷେ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କ ପାଇଁ ବିଏସ୍ଏଫ୍‌ରେ ଭର୍ତ୍ତି ହେବା ସମୟରେ ଫିଜିକାଲ ଟେଷ୍ଟରେ କୋହଳ ନୀତି ଆପଣାଯିବ। ଅର୍ଥାତ ସେମାନେ ପାଇଁ ଆଉ ଶାରିରୀକ ପରୀକ୍ଷା ଆବଶ୍ୟକ ନ ପଡ଼ିପାରେ ବୋଲି କୁହାଯାଉଛି।

Tags: #BSF #Agniveer #IndianArmy #MinistryofHomeAfairs #BorderSecurityForce

LEAVE A REPLY

Please enter your comment!
Please enter your name here