ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯, ସେପ୍ଟେମ୍ବର ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ‘MY 50 DREAMS & COUNTING! 123…

ସୁଶାନ୍ତଙ୍କର ଏହି ସ୍ୱପ୍ନ ଭିତରୁ ଗୋଟିଏ ଥିଲା ଭାରତୀୟ ସେନା ସହିତ ସମୟ ବିତାଇବ। ସୁଶାନ୍ତ ଏହି ସ୍ୱପ୍ନକୁ ପୂରା ମଧ୍ୟ କରିଥିଲେ।

୨୦୧୮ରେ ଆମି ଡେ’ରେ ମଣିପୁର ସିଆରପିଏଫ୍‌ କ୍ୟାମ୍ପକୁ ଯାଇଥିଲେ ସୁଶାନ୍ତ।  ସେଠାରେ ସେ ଯବାନଙ୍କ ସହ ତାମିଲ ନେଇଥିଲେ। କ୍ୟାମ୍ପରେ ଯବାନଙ୍କ ସହ ମିଶି ରୁଟି ମଧ୍ୟ କରିଥିଲେ। କ୍ୟାମ୍ପରେ ସୁଶାନ୍ତ ବହୁ କଷ୍ଟକର ଚାଲେଞ୍ଜ ସବୁ ପୂରା କରିଥିଲା। ସୁଶାନ୍ତଙ୍କର ଏହି ଗୁଣ ତାଙ୍କୁ ସମସ୍ତଙ୍କଠାରୁ ଅଲଗା କରିଥିଲା।

ଏତେ ସ୍ୱପ୍ନ ରଖିଥିବା ସୁଶାନ୍ତ କିଭଳି ଆତ୍ମହତ୍ୟା ଭଳି ଏକ ବାଟ ବାଛିନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୋଲିସ ଏବେ ଏହି ରହସ୍ୟ ଉପରୁ ପରଦା ଉଠାଇବାକୁ ତଦନ୍ତ କରୁଛି। ସୁଶାନ୍ତ ଏମଏସ୍‌ ଧୋନି, କେଦାରନାଥ, କାଇ ପୋ ଛେ, ଛିଛୋରେ ଭଳି ଫିଲ୍ମ କାମ କରିଛନ୍ତି। ତାଙ୍କର ଆହୁରି ଏକ ଫିଲ୍ମ ରିଲିଜ ଅପେକ୍ଷାରେ ମଧ୍ୟ ଅଛି।

Comment