ଓଡ଼ିଶାଲାଇଭ୍ ବ୍ୟୁରୋ

PM care fund-1

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଜାରି ରହିଛି। ତେବେ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଭେଣ୍ଟିଲେଟର ଯୋଗାଇବା ପାଇଁ ପିଏମ୍ କେୟାର ତରଫରୁ ୨୦୦୦ କୋଟି ଟଙ୍କାର ରାଶି ଘୋଷଣା କରାଯାଇଛି।

ଏହି ରାଶିରେ ପଚାଶ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରାଯିବ ଏବଂ ଭାରତୀୟ କମ୍ପାନୀ ଏହାକୁ ତିଆରି କରିବେ। ଏହି ପଚାଶ ହଜାର ଭେଣ୍ଟିଲେଟର ମଧ୍ୟରୁ ତିରିଶ ହଜାର ଭେଣ୍ଟିଲେଟର ସରକାରୀ କମ୍ପାନୀ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ତିଆରି କରୁଥିବା ବେଳେ କୋଡ଼ିଏ ହଜାର ଭେଣ୍ଟିଲେଟର୍ ଏଗଓ୍ୱା ହେଲ୍ଥ୍ କେୟାର ଏବଂ ବଳକା ଦଶ ହଜାର ଏ.ଏମ୍.ଟି.ଜେଡ୍ ବେସିକ କମ୍ପାନୀ ତିଆରି କରୁଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯୨୩ ଭେଣ୍ଟିଲେଟର ପ୍ରସ୍ତୁତ କରାଯାଇସାରିଛି ଏବଂ ଏଥିମଧ୍ୟରୁ ୧୩୪୦ଟି କିଛି ରାଜ୍ୟଙ୍କୁ ବଣ୍ଟା ଯାଇସାରିଛି। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ବିହାର, କର୍ଣ୍ଣାଟକ ଏବଂ ରାଜସ୍ଥାନ ସାମିଲ୍ ଅଛନ୍ତି।

ଜୁନ୍ ମାସ ଶେଷ ସୁଦ୍ଧା ଅନ୍ୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରାୟ ୧୪୦୦ ଭେଣ୍ଟିଲେଟର୍ ଯୋଗାଇଦିଆଯିବ। ଏହା ବ୍ୟତୀତ ପ୍ରବାସୀମାନଙ୍କ ରହିବା, ଖାଇବା, ଚିକିତ୍ସା ତଥା ପରିବହନ ପାଇଁ ମଧ୍ୟ ଏକ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ. ଗୁଜୁରାଟ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଆଦି ରାଜ୍ୟଗୁଡ଼ିକୁ ଏହି ଧନରାଶି ଦିଆଯିବ।

Comment