ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ୮ ଦିନ ବିତିଲାଣି। ତଥାପି ତାଙ୍କ ପ୍ରଶଂସକ ଏହି ଦୁଃଖରୁ ବାହାରି ପାରିନାହାନ୍ତି। ସୋସିଆଲ ମିଡିଆରେ ସୁଶାନ୍ତଙ୍କର ଅନେକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୁଶାନ୍ତ ମୃତ୍ୟକୁ ସବୁଠୁ ଅଧିକ ଡରୁଥିବା କହିଥିଲେ।
ସାକ୍ଷାତକାର ସମୟରେ ସୁଶାନ୍ତ କାହାକୁ ଡରନ୍ତି ବୋଲି ପଚରାଯାଉଛି। ଏହାର ଉତ୍ତରରେ ସୁଶାନ୍ତ କହିଥିଲେ, ‘‘ମୃତ୍ୟୁକୁ, କାରଣ କାରଣ ଯେତେବେଳେ ମୁଁ ତିନି ଘଣ୍ଟା ଶୋଇଥାଏ, ମୁଁ ଜାଣିପାରେ ନାହିଁ ମୁଁ କିଏ … ମୃତ୍ୟୁ ସମୟରେ ମଧ୍ୟ ଆମ ସହିତ ଏହା ହିଁ ହୁଏ।”
ଜୁନ୍ ୧୪ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଏହାପରେ ସାରାଦେଶରେ ସେହି ଗୋଟିଏ ଚର୍ଚ୍ଚା ଯେ ସୁଶାନ୍ତ ଏମିତି କାହିଁକି କଲେ। ତାଙ୍କ ଭଳି ଜଣେ ପ୍ରତିଭାବାନ କଳାକାରଙ୍କର ମୃତ୍ୟୁ ସମସ୍ତକୁ ଶକ୍ତ ଝଟକା ଦେଇଛି। ପୋଲିସ ମଧ୍ୟ ଏହାର ଉତ୍ତର ଖୋଜିବାରେ ଲାଗିପଡ଼ିଛି।