ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟିଭ୍‌ ଚିହ୍ନଟ। ବର୍ତ୍ତମାନ ବ୍ୟାଙ୍କକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ। ବ୍ୟାଙ୍କ ସିଲ୍‌ ନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହ ସୂଚନା ଦେଇଛନ୍ତି।

ବ୍ୟାଙ୍କରେ ଅନ୍ୟକର୍ମଚାରୀଙ୍କୁ ମଧ୍ୟ କ୍ଵାରେଣ୍ଟାଇନକୁ ପଠାଯାଇଛି। ଏହାସହ ମ୍ୟାନେଜରଙ୍କ କଣ୍ଟାକ୍ଟ ଟ୍ରାସିଂ କରାଯାଉଛି। ବର୍ତ୍ତମାନ ମ୍ୟାନେଜରଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ଗଜପତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୪ରେ ପହଞ୍ଚିଛି। ୯୮ ଜଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣ ସୁସ୍ଥ ହୋଇଛନ୍ତି ସେହିପରି ୨୮୬ ଜଣ ସକ୍ରିୟ ରହିଛନ୍ତି।

Comment