ଓଡିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ବନ୍ଦ ହେଲା ସମ୍ବଲପୁର ବିଶ୍ଵବିଦ୍ୟାଳୟ। ସମ୍ବଲପୁର ଓ ବୁର୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟ ବନ୍ଦ କରିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତାକାଲିଠାରୁ ଜୁଲାଇ ୧୩ ତାରିଖ ଯାଏଁ ବିଶ୍ଵବିଦ୍ୟାଳୟର ଅଫିସ୍ ଏବଂ ପିଜି ଡିପାର୍ଟମେଣ୍ଟ ବନ୍ଦ ରହିବ। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟରୁ ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି।

ଭିସୁଟକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲେ ମଧ୍ୟ ସ୍ଥାନୀୟ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।

ଆବଶ୍ୟକ ହେଲେ ଏହି ସମୟସୀମାକୁ ବୃଦ୍ଧି କରାଯିବ ବୋଲି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comment