ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯେଉଁ ହାତ ହାଣ୍ଡିଶାଳରେ ରୋଷେଇ କରିବା କଥା, ସେଇ ହାତ ଧରିଛି ଅଟୋ ଏକ୍ସିଲେଟର। ଘରର ଅଭାବ ଅନଟନ ତାଙ୍କୁ ବାଧ୍ୟ କରିଛି ଅଟୋ ଚଳାଇବାକୁ। କଥାରେ ଅଛି ନା, ପେଟ ପୋଷ୍‌ ନାହିଁ ଦୋଷ୍‌। ସେଥିପାଇଁ ତ ସବୁ ବାଧାବିଘ୍ନକୁ ଭୁଲି ଅଟୋ ଚଳାଇବା ସହ କରୁଛନ୍ତି ପରିବାର ପୋଷଣ।

ଏ ହେଉଛନ୍ତି ରସିଦା ବେଗମ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୈାରପରିଷଦ ଅନ୍ତର୍ଗତ ୭ନମ୍ବର ୱାର୍ଡର ବାସିନ୍ଦା। ବୟସ ତାଙ୍କର ୪୮ ହେଲେ ସାହସ ତାଙ୍କର କହିଲେ ନସରେ।

ରସଦାଙ୍କ ପରିବାର କହିଲେ ସ୍ୱାମୀ ୨ ଝିଅ ଓ ଗୋଟିଏ ପୁଅ। ଦୀର୍ଘ ୪ ବର୍ଷ ହେଲା ରସିଦାଙ୍କ ସ୍ୱାମୀ ନୈମୁଲ୍ଲା ପାରାଲିସିସ୍‌ରେ ପୀଡିତ। ଆଖିକୁ ଠିକ ଭାବେ ଦେଖାଯାଉ ନାହିଁ। ଅକ୍ଷମ ହୋଇ ଘରେ ପଡି ରହିଛନ୍ତି।CGU new

 

ସରକାରୀ ସୁବିଧା କହିଲେ ରାସନ କାର୍ଡ ଖଣ୍ଡେ। ଘରର ଆର୍ଥିକ ଅବସ୍ଥା ଦେଖି ରସିଦା ଅଟୋ ଚଳାଇବାକୁ ବାଧ୍ୟ। ପ୍ରତିଦିନ ଅଟୋ ଚଳାଇ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ। ଏହାରିମଧ୍ୟରେ ଅଟୋର କିସ୍ତି ପଇଠ କରିବା ବି ରସିଦାଙ୍କ ପାଇଁ କଷ୍ଟକର ହୋଇପଡୁଛି। ତଥାପି ରସିଦା ହାର ମାନି ନାହାନ୍ତି। ଦୃଢ଼ ମନୋବଳ ପାଇଁ ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି।

Comment