ଓଡ଼ିଶାଲାଇଭ୍ ବ୍ୟୁରୋ

୩ଟି ବିକଳ୍ପ ଭିତରୁ କେଉଁଟିକୁ ବାଛିବେ ସଚିନ ପାଇଲଟ ?

ରାଜସ୍ଥାନ ରାଜନୀତିରେ ପାଇଲଟ ଓ ଗେହଲଟଙ୍କ ଭିତରେ ‘କ୍ଷମତା ଯୁଦ୍ଧ’ ଶେଷ ହେବାର ନାଁ ନେଉନି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାୟକମାନଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କିନ୍ତୁ ଦଳ ସହ ବିଦ୍ରୋହ ଜାରି ରଖିଛନ୍ତି।

ଏସବୁ ମଧ୍ୟରେ ଆଜି ପୁଣିଥରେ ଜୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଛି। ଯେଉଁଥିରେ ଯୋଗ ଦେବାକୁ ସଚିନ ପାଇଲଟଙ୍କୁ ଅପିଲ୍ କରାଯାଇଥିଲା। ହେଲେ ସେ କିମ୍ବା ତାଙ୍କର ଅନୁଗତ କୌଣସି ବିଧାୟକ ଏହି ବୈଠକରେ ସାମିଲ ହୋଇନାହାନ୍ତି।

ତେଣୁ ସଚିନ ପାଇଲଟଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ଓ ତାଙ୍କ ପାଖରେ କେଉଁ କେଉଁ ବିକଳ୍ପ ବାକି ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସଚିନ ପାଇଲଟଙ୍କ ପାଖରେ ୩ଟି ବିକଳ୍ପ

ସଚିନ ପାଇଲଟଙ୍କ ପାଖରେ ଏବେ ମାତ୍ର ୩ଟି ବିକଳ୍ପ ବାକି ରହିଛି।  ସଚିନ ପାଇଲଟ ବର୍ତ୍ତମାନ ରାଜସ୍ଥାନର ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଅଛନ୍ତି। ତେଣୁ ଦଳ ସହ ବିଦ୍ରୋହ କରି ସେ ଏହି ଦୁଇ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇପାରନ୍ତି। ହେଲେ ଏହାଦ୍ୱାରା ରାଜସ୍ଥାନ ସରକାରକୁ କୌଣସି ପ୍ରକାର ବିପଦ ଦେଖାଯାଉନାହିଁ।

ଅନ୍ୟପଟେ ଦ୍ୱିତୀୟ ବିକଳ୍ପଟି ହେଲା ସଚିନ ପାଇଲଟଙ୍କ ୩୦ ବିଧାୟକ ଗେହଲଟ ସରକାରକୁ ସମର୍ଥନ ପ୍ରତ୍ୟାହାର କରିନେବା। ହେଲେ ଏହାଦ୍ୱାରା ରାଜସ୍ଥାନରେ ଗେହଲଟ ସରକାରକୁ କୌଣସି ବିପଦ ଆସିବ ବୋଲି ଜଣାପଡୁନି।CGU new

କାରଣ ମଧ୍ୟପ୍ରଦେଶର ବିଧାନସଭା ସିଟ୍ ସଂଖ୍ୟା ୨୦୦ ରହିଛି। ସରକାର ଗଠନ ପାଇଁ କୌଣସି ଦଳକୁ ୧୦୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। ଯଦି ପାଇଲଟଙ୍କ ସମର୍ଥନରେ ଥିବା ୩୦ ବିଧାୟକ ନିଜର ଇସ୍ତଫା ପତ୍ର ପ୍ରଦାନ କରନ୍ତି ତେବେ ବିଧାନସଭା ସିଟ୍ ସଂଖ୍ୟା ୧୭୦କୁ ହ୍ରାସ ପାଇବ ଏବଂ ସରକାର ଗଠନ ପାଇଁ କୌଣସି ଦଳକୁ ୮୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ। ଯାହାକି ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପାଖରେ ରହିଛି। ବିଜେପି ପାଖରେ ମାତ୍ର ୭୫ ବିଧାୟକଙ୍କ ସମର୍ଥନ ଥିବା ହେତୁ ସେ ରାଜସ୍ଥାନରେ ସରକାର ଗଠନ କରିପାରିବ ନାହିଁ।

ସେହିପରି ସଚିନ ପାଇଲଟଙ୍କ ପାଇଁ ତୃତୀୟ ବିକଳ୍ପଟି ହେଉଛି ଯେ, ସେ ନିଜର ମନକୁ ବୁଝାଇ କଂଗ୍ରେସରେ ରହିବେ। ହେଲେ ଏହାଦ୍ୱାରା ତାଙ୍କର ରାଜନୈତିକ ଇଚ୍ଛା ପୂର୍ଣ୍ଣ ହେବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।ପାଇଲଟଙ୍କ ତିନି ସର୍ତ୍ତ

ପାଇଲଟ ବର୍ତ୍ତମାନ ନିଜର କିଛି ସମର୍ଥକ ବିଧାୟକଙ୍କ ସହ ଦିଲ୍ଲୀରେ ଡେରା ପକାଇଛନ୍ତି। ତେଣୁ କଂଗ୍ରେସ ନେତାମାନେ ତାଙ୍କୁ ତୁରନ୍ତ ଜୟପୁର ଫେରିଆସିବା ସହିତ ବୁଝାମଣା କରିବାକୁ କହିଛନ୍ତି। ହେଲେ ପାଇଲଟ କିନ୍ତୁ ଏଥିପାଇଁ ତାଙ୍କର ତିନୋଟି ସର୍ତ୍ତ ରଖିଛନ୍ତି। ଯାହା ହେଲା, ରାଜସ୍ଥାନ ପ୍ରଦେଶ କଂଗ୍ରେସର ସଭାପତି ପଦ ତାଙ୍କ ପାଇଁ ବଳବତ୍ତର ରଖିବା। ଏଥିସହ ତାଙ୍କର ୪ ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଦେବା। ଏହାବାଦ ତାଙ୍କୁ ଅର୍ଥ କିମ୍ବା ଗୃହ ମନ୍ତ୍ରାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ପାଇଲଟ ସର୍ତ୍ତ ରଖିଛନ୍ତି।ପାଇଲଟଙ୍କୁ ଦରକାର ୫୦ ବିଧାୟକ଼

ରାଜସ୍ଥାନ ରାଜନୀତିରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ହେଲେ ପାଇଲଟଙ୍କୁ ୫୦ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଯଦି ରାଜସ୍ଥାନର ୫୦ ବିଧାୟକ ଗେହଲଟଙ୍କ ପାଖରୁ ନିଜର ସମର୍ଥନ ପ୍ରତ୍ୟାହାର କରନ୍ତି କିମ୍ବା ବିଧାୟକ ପଦରୁ ଇସ୍ତଫା ଦେଇଦିଅନ୍ତି ତେବେ ସରକାର ଭାଙ୍ଗିଯାଇପାରେ।

ଏହାଦ୍ୱାରା ବିଧାନସଭାର ବିଧାୟକଙ୍କ ସଂଖ୍ୟା ୧୫୦କୁ ଖସି ଆସିବ। ଗେହଲଟଙ୍କ ପାଖରେ ମଧ୍ୟ ୭୫ରୁ କମ୍ ବିଧାୟକ ରହିବେ ଏବଂ ୭୫ରୁ ଅଧିକ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରି ବିଜେପି ରାଜସ୍ଥାନରେ ସରକାର ଗଠନ କରିବ। ଗେହଲଟ ମଧ୍ୟ ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କ ଭଳି ସମ୍ମାନର ସହ ବିଜେପିରେ ଯୋଗଦେଇପାରିବେ।

Comment