ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

dil bechara song-2

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଏକ ରୋମାଣ୍ଟିକ ଟ୍ରାକ ଆଜି ରିଲିଜ୍ ହୋଇଛି। ଏହି ଗୀତର ଶୀର୍ଷକ ରହିଛି ‘ତାରେ ଗିନ୍’। ଏହାକୁ ଗାଇଛନ୍ତି ମୋହିତ ଚୌହାନ ଓ ଶ୍ରେୟା ଘୋଷାଲ।

CGU new

ଏହି ଗୀତଟିକୁ ମ୍ୟୁଜିକ୍ ଦେଇଛନ୍ତି ଏ.ଆର୍ ରହମାନ ଏବଂ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ତେବେ ଏହି ରୋମାଣ୍ଟିକ ଟ୍ରାକରେ ସୁଶାନ୍ତ ଏବଂ ସଂଜନାଙ୍କ ସୁନ୍ଦର କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଏହି ଗୀତଟିକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ।

dil bechara song-1

ଆସନ୍ତା ଜୁଲାଇ ୨୪ ତାରିଖରେ ଡିଜନି ପ୍ଲାଟଫର୍ମରେ ରିଲିଜ୍ ହେବ ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’। ନିଜର ପ୍ରଶଂସକଙ୍କ ପାଇଁ ସୁଶାନ୍ତଙ୍କର ଏହା ଶେଷ ଭେଟି। ଏହା ପୂର୍ବରୁ ଫିଲ୍ମଟିର ଟାଇଟଲ୍ ଟ୍ରାକ୍ ରିଲିଜ୍ ହୋଇସାରିଛି ।ଏହାକୁ କଣ୍ଠଦାନ କରିଥିଲେ ଏ.ଆର୍ ରହମାନ।

Comment