ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

trumph in mask-2

କରୋନାର ଆତଙ୍କ ଏବେ ସାରା ବିଶ୍ୱରେ ମାଡ଼ିଚାଲିଛି। ଏହି ସଂକ୍ରମଣରେ ସବୁଠୁ ଅଧିକ ପ୍ରଭାବିତ ଦେଶ ହେଉଛି ଆମେରିକା। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୩୫ ଲକ୍ଷ ପାର କରିସାରିଛି। ତେବେ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି ଯେ ସେ ଆମେରିକାର ଜନତାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଦେଶ ଜାରି କରିବେ ନାହିଁ।

CGU new

ଟ୍ରମ୍ଫ କହିଛନ୍ତି ଏପରି ସମୟରେ ମାସ୍କ ପିନ୍ଧିବା ଜରୁରୀ ଅଟେ। କିନ୍ତୁ ସେ ଏହାକୁ ବାଧ୍ୟତାମୂଳକ କରିବା ପକ୍ଷରେ ସେ ନାହାନ୍ତି। ଟ୍ରମ୍ଫଙ୍କ ଅନୂଯାୟୀ ଲୋକଙ୍କୁ କିଛି ମାତ୍ରାରେ ସ୍ୱାଧୀନତା ମିଳିବା ଦରକାର।

mask in america-1

କିନ୍ତୁ ଏହି ସମୟରେ ଆମେରିକାର କରୋନା ସଂକ୍ରମଣ ବିଶେଷଜ୍ଞ, ସ୍ଥାନୀୟ ରାଜନେତାମାନଙ୍କୁ ନିଜର କ୍ଷମତାର ବ୍ୟବହାର କରି ଲୋକମାନଙ୍କ ମଧ୍ୟରେ ମାସ୍କ ପିନ୍ଧିବା ନେଇ ସଚେତନା ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ମାସ୍କ ପିନ୍ଧିବାକୁ ନେଇ ଆମେରିକାରେ ରାଜନୀତି ଆରମ୍ଭ ହୋଇସାରିଛି।

LEAVE A REPLY

Please enter your comment!
Please enter your name here