ଓଡ଼ିଶାଲାଇଭ୍ ବ୍ୟୁରୋ

bihar flood-3

ଗତ କିଛି ଦିନ ଧରି ବିହାରରେ ଉପୁଜିଛି ବନ୍ୟା ସଂକଟ। ପ୍ରାୟ ୧୦ଟି ଜିଲ୍ଲାର ୬ ଲକ୍ଷ ୩୬ ହଜାର ଲୋକ ଏହି ବନ୍ୟାଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟାଘେରରେ ରହିଛି ପ୍ରାୟ ୨୮୨ଟି ପଞ୍ଚାୟତ।

CGU new

ତେବେ ବିଭିନ୍ନ ବନ୍ୟା ପୀଡ଼ିତ ଅଞ୍ଚଳରୁ ୧୮ ହଜାର ୬୧୨ଜଣଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାୟ ୧୦ଟି ଆଶ୍ରୟସ୍ଥଳୀରେ ଏହି ଲୋକମାନଙ୍କୁ ରଖାଯାଇଛି। ତେବେ ପ୍ରଭାବିତ ଦଶଟି ଜିଲ୍ଲା ମଧ୍ୟରେ ରହିଛି ସିତାମଢ଼ୀ, ଶିବହର, ସୁପୋଲ, ଦରଭଙ୍ଗା, ସୁଦଫରପୁର, ଗୋପାଲଗଞ୍ଜ, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ଖଗଡ଼ିଆ ଆଦି ଜିଲ୍ଲା।

bihar flood-2

ତେବେ ବିହାରର ପ୍ରଭାବିତ ୧୨ଟି ଜ୍ଲିଲାରେ ଏନଡିଆରଏଫର ୨୧ଟି ଟିମ ପ୍ରସ୍ତୁତ ଅଛି। ଏହା ସହ ବିହାରର ବିଭିନ୍ନ ଜିଲ୍ଲାରେ ବହୁଥିବା ନଦୀଗୁଡ଼ିକ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାର ଜଳ ସଂସାଧନ ବିଭାଗ ସୂଚନା ଦେଇଛି।

Comment