ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବେ ଦେଶରେ ନାହାନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି ଯେ, ରାହୁଲ ଏବେ ବିଦେଶରେ ଛୁଟି କାଟୁଛନ୍ତି। ପ୍ରତିଦିନ ରାହୁଲ ଯେଉଁ ଟୁଇଟ କରୁଛନ୍ତି ତାହା ଗୋଟିଏ ବେଶରେ ହିଁ ଦେଖାଯାଉଛି।

ଏକ ଜାତୀୟ ଖବର ଚ୍ୟାନେଲରେ ଅଂଶ ଗ୍ରହଣ କରି ସମ୍ବିତ ପାତ୍ର ଆହ୍ୱାନ ଦେଇ କହିଛନ୍ତି ଯେ, ଯଦି ରାହୁଲ ଭାରତରେ ଅଛନ୍ତି ତେବେ ମଙ୍ଗଳବାର ଦିନ ରାଜସ୍ଥାନ ସଙ୍କଟ ଉପରେ ଏକ ନୂଆ ଟୁଇଟ ଜାରି କରନ୍ତୁ।

ବିଭିନ୍ନ ପ୍ରସଙ୍ଗରେ ରାହୁଲ ଯେଉଁ ଟୁଇଟ କରୁଛନ୍ତି ତାହା ତାଙ୍କ ନିଜର ନୁହେଁ ଓ ଅନ୍ୟ କେହି ଜଣେ ସେଇ କାମଟି କରୁଛନ୍ତି। ଯଦି ରାହୁଲ ଭାରତରେ ଥାଆନ୍ତେ ଗୋଟିଏ ପୋଷାକରେ ଏତେ ଦିନ ଧରି ସବୁଯାକ ପ୍ରସଙ୍ଗରେ କେମିତି ଟୁଇଟ କରୁଛନ୍ତି ବୋଲି ପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବିତଙ୍କ କହିବା କଥା ହେଲା ଦୈନନ୍ଦିନ ଦୁଇ ମିନିଟର ଚଙ୍କ୍‌ କାଟି ତାଙ୍କ ଅଫିସରୁ ଟୁଇଟ ଜାରି କରାଯାଉଛି ଯେତେବେଳେ କି ସେ ବିଦେଶରେ ସମୟ ଅତିବାହିତ କରୁଛନ୍ତି।

Comment