ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona worlwide

ବିଶ୍ୱସାରା ଏବେ କାୟା ମେଲାଉଛି କରୋନା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧.୬ କୋଟି ପାର୍ ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୬.୫୨ ଲକ୍ଷରୁ ଅଧିକ ହେଲାଣି। ତେବେ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛନ୍ତି ଆମେରିକା ଓ ବ୍ରାଜିଲ୍। ଏହା ପରେ ପରେ ତୃତୀୟ ସ୍ଥାନରେ ରହିଛି ଭାରତ।

ବର୍ତ୍ତମାନ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୪୩.୭୧ ଲକ୍ଷ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧.୪୯ ଲକ୍ଷରେ ପହଞ୍ଚିଲାଣି। ତେବେ ଆମେରିକାରେ କରୋନା ଟିକାର ଶେଷ ପରୀକ୍ଷଣ ଆରମ୍ଭ ହୋଇଛି। ଆମେରିକାର ମର୍ଡନ ଇଙ୍କ୍ କମ୍ପାନି ଏହି ପରୀକ୍ଷଣ କରୁଛି। ଏନେଇ ଆମେରିକା ସରକାରଙ୍କ ତରଫରୁ କମ୍ପାନିକୁ ୪୭୨ କୋଟି ଟଙ୍କା ମଧ୍ୟ ଦିଆଯାଇଛି। ତେବେ ଏହି ଟିକା ପରୀକ୍ଷଣର ପରିଣାମ ଏହି ବର୍ଷ ଶେଷ ସୁଦ୍ଧା ଆସିପାରେ ବୋଲି ଆଶା କରାଯାଉଛି।

ସେହିପରି ବ୍ରାଜିଲରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪.୧୯ ଲକ୍ଷରୁ ଅଧିକା ଥିବାବେଳେ ମୃତକଙ୍କ ସଂଖ୍ୟା ୮୭ ହଜାର ପାର କରିସାରିଲାଣି।

Comment