ଓଡିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଜିଲ୍ଲାକୁ ତିନି ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୮ ତାରିଖ ସକାଳ ୫ଟାରୁ ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଜିଲ୍ଲା ସଟ୍‌ଡାଉନ୍ ରହିବ। ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ସୂଚନା ମିଳିଛି।ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ ମୋଟ ୩୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୫୨ ଜଣ ସୁସ୍ଥ ହୋଇଥିବା ବେଳେ ୮୮ ଜଣ ସକ୍ରିୟ ରୋଗୀ ଅଛନ୍ତି। ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comment