ଓଡ଼ିଶାଲାଇଭ୍‌ ବ୍ୟୁରୋ


ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଲକରେ ପୁଣି ୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏନେଇଁ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏକ ଭିଡିଓ କ୍ଲିପ ଜରିଆରେ ଘୋଷଣା କରିଛନ୍ତି। ସମସ୍ତେ ଆକ୍ରାନ୍ତ ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ଦପ୍ତର ଖାତିଗୁଡାର ବୋଲି ସୂଚନା ମିଳିଛ।

ତେବେ ଖାତିଗୁଡା ତାରିଣୀ ମନ୍ଦିର ଛକଠାରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତିକ, ତହସିଲଦାର ପ୍ରଦୀପ କୁମାର କର ଙ୍କ ଉପସ୍ଥିତିରେ ସମ୍ପୃକ୍ତ ଅଞ୍ଚଳକୁ ସିଲ କରିବା ସହ ଉକ୍ତ ଅଞ୍ଚଳରେ ଚଳ ପ୍ରଚଳ ସମ୍ପୂର୍ଣ ନିଷେଧ ଘୋଷଣା କରାଯାଇଛି।

ଖାତିଗୁଡାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସହରବାସୀ ସରକାରୀ ନିୟମକୁ ପାଳନ କରି ନିଜ ସ୍ୱାସ୍ଥ୍ୟ ପ୍ରତି ସୁରକ୍ଷା ନେବାକୁ ପ୍ରଶାସନ ପକ୍ଷରୁ କୁହାଯ।ଇଛି।

Comment